ଭଞ୍ଜନଗରରେ ମା’ ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଗଂଜାମ ଜିଲ୍ଲା ଭଂଜନଗର ଘୁମୁସର ସମ୍ମିଳିତ ବନ ପରିବାର ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ, ମା’ ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ ହୋଇଛି । ସ୍ଥାନୀୟ ବନବିଭାଗ ହାର୍ଟ ନଗର ଠାରେ ଆୟୋଜିତ ପୂଜା ମଣ୍ଡପରେ, ମା’ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ହେବାସହ ସାଜସଜ୍ଜା, ଆଲୋକ ମାଳାରେ ସଜେଇ ହୋଇଛି । ଭଂଜନଗର ସହରରେ ଆୟୋଜିତ ହୋଇଥିବା ଏକମାତ୍ର ପୂଜା ମଣ୍ଡପରେ ମା’ଙ୍କୁ ଦର୍ଶନ କରିବା ପାଇଁ ପ୍ରତ୍ୟେକ ସନ୍ଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି ।

ଏହାସହ ସାଂସ୍କୃତିକ ମଣ୍ଡପରେ ଆୟୋଜିତ ମନୋରଞ୍ଜନ କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ, ବନବିଭାଗ କର୍ମଚାରୀଙ୍କ ଦ୍ବାରା ମେଲୋଡି କାର୍ଯ୍ୟକ୍ରମ ଆକର୍ଷଣୀୟ ହୋଇଥିଲା । ବନବିଭାଗର କର୍ମଚାରୀ ମାନେ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ବେଳେ, ବହୁସଂଖ୍ୟକ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

 

LEAVE A REPLY

Please enter your comment!
Please enter your name here