କରଞ୍ଜିଆ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କରଞ୍ଜିଆ ଥାନା ଅନର୍ଗତ କୁଲିପଶି ପଂଚାୟତ ଅଧିନସ୍ଥ କାଦଡିହା ଛକ ନିକଟରେ କାଳି ମହାନ୍ତଙ୍କ ଦୋକାନରେ କୌଣସି କାରଣରୁ ଭୟାବହ ଅଗ୍ନିକାଣ୍ଡ ଘଟି ଦୋକାନଟି ଜଳିପୋଡ଼ି ସମ୍ପୂର୍ଣ ନଷ୍ଟ ହୋଇଯାଇଛି। ସେଠାରେ ଗାଡ଼ିରେ ପେଟ୍ରୋଲ ପକାଇବାକୁ ଛିଡା ହୋଇଥିବା ମଣ୍ଡୁଆ ଗ୍ରାମର ୪୦ ବର୍ଷୀୟ ଯୁବକ ପ୍ରଦୀପ ବିଶ୍ଵାଳ ଗୁରୁତର ଆହତ ହୋଇଛନ୍ତି। ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ କରଞ୍ଜିଆ ଅଗ୍ନିଶମ ବିଭାଗ ଓ ୧୦୮ ଆମ୍ବୁଲାନ୍ସ କୁ ଜଣାଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣସ୍ଥଳ ରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଅନ୍ୟପଟେ ନିଆଁ ଲାଗି ଗୁରୁତର ହେଇଥିବା ଯୁବକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଅଗ୍ନିକାଣ୍ଡ ହେବାର କାରଣ ଜଣା ପଡିନଥିବା ବେଳେ ଅଗ୍ନିକାଣ୍ଡରେ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ସାମଗ୍ରୀ ସହିତ ନଗଦ ୫ ହଜାରରୁ ଉର୍ଦ୍ଧ ଟଙ୍କା ଜଳି ପୋଡ଼ି ନଷ୍ଟ ହେଇଯାଇଥିବା ସୂଚନା ମିଳିଛି।