ବିପ୍ଲବୀ ପରିକ୍ରମା ଡିଜିଟାଲ :- ଉତ୍ତରାଖଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି । ରାଜ୍ୟର ଅଲମୋଡା-ସଲ୍ଟ ଅଞ୍ଚଳରେ ଏକ ବଡ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ବସ୍ ଟି ମର୍ଚୁଲା ନିକଟ କୁପିରେ ଏକ ଗଭୀର ଖାଲରେ ପଡ଼ିଯାଇଛି । ବର୍ତ୍ତମାନ ସୁଦ୍ଧା ୨୩ ଯାତ୍ରୀଙ୍କ ମୃତଦେହ ଖାଇରୁ ଉଦ୍ଧାର କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଏହି ବସ୍ ଟି ୪୬ ଜଣ ଯାତ୍ରୀମାଙ୍କୁ ନେଇ ପୌଡି ଜିଲ୍ଲାରୁ ରାମନଗର ଅଭିମୁଖେ ଆସୁଥିଲା । ଏହି ସମୟରେ ବସ୍ ଟି କୁପି ନିକଟରେ କୌଣସି କାରଣରୁ ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସିପଡିଥିଲା ।ଖବରପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଓ ନୈନିତାଲ ଜିଲ୍ଲା ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏଥିରେ ଅନେକ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଉଛି ।
ଅନ୍ୟପଟେ ଏହି ଘଟଣାର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି – ଅଲମୋଡା ଜିଲ୍ଲାର ମାର୍ଚ୍ଚୁଲାରେ ଘଟିଥିବା ବସ୍ ଦୁର୍ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ । ଶୀଘ୍ର ଉଦ୍ଧାର କାର୍ଯ୍ୟ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ସହ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସାଢେ ୪ ଲକ୍ଷ ଟଙ୍କାର ସହାୟତା ରାଶି ଓ ଆହତଙ୍କ ଚିକିତ୍ସା ନିମନ୍ତେ ଏକ ଲକ୍ଷ ଟଙ୍କା ରାଶି ଘୋଷଣା କରିଛନ୍ତି ।