(ନୂଆଗଡ଼); ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ବଡ଼ପଦା ଗ୍ରାମ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ଆନୁକୁଲ୍ୟରେ ବଡ଼ପଦା ଠାରେ ଏକ ଶାନ୍ତି ପୂର୍ଣ୍ଣ ନିଶା ମୁକ୍ତ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସଂଘର ଶତାଧିକ ମହିଳା ମାନେ ଏକତ୍ରିତ ହୋଇ ଗ୍ରାମକୁ ନିଶାମୁକ୍ତ କରିବା ଲାଗି ସେଠାରୁ ନିଶା ମୁକ୍ତ ନିମନ୍ତେ ବିଭିନ୍ନ ସ୍ଲୋଗାନ ଦେଇ ସାହି, ବଜାର ପରିକ୍ରମା କରି ଖଜୁରୀପଦା ଫାଣ୍ଡି ସମ୍ମୁଖରେ ପହଞ୍ଚି ଥିଲେ। ସେଠାରେ ସେରଙ୍ଗ ଥାନା ଅଧିକାରୀ ଅଶୋକ କୁମାର ହାଙ୍ଗସଦାଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଗ୍ରାମରେ ବେଆଇନ ମଦ ବ୍ୟବସାୟ ୭ଦିନ ମଧ୍ୟରେ ବନ୍ଦ କରାନଗଲେ ମହିଳା ମାନେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଥିବା ଜଣାପଡିଛି। ନିଶା ମୁକ୍ତ ସଚେତନତା ରାଲିରେ ସ୍ଥାନୀୟ ସରପଞ୍ଚ ପ୍ରିୟଙ୍କା ପାଣି, ସମିତି ସଭ୍ୟ ମନୁଏଲ୍ ଛିଞ୍ଚାଣୀ, ଗ୍ରାମ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ସଭାନେତ୍ରୀ ଝରଣା ଛିଞ୍ଚାଣୀ, ସମ୍ପାଦିକା ବିଜୟା ମାଝି, ଏମ୍ବିକେ ରଶ୍ମିତା ଗୁରୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।