ଆଜି ହେଉଛି ନାଗୁଲି ଚତୁର୍ଥୀ

0

ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆଜି ହେଉଛି ନାଗୁଲି ଚତୁର୍ଥୀ, ଏହି ଅବସରରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଂଚଳ ହୋଇଛି ଚଳଚଂଚଳ l ଶ୍ରଦ୍ଧାଳୁମାନେ ଆଜି ସକାଳୁ ସକାଳୁ ଶିବ ମନ୍ଦିର ସହିତ ସହରର ବିଭିନ୍ନ ମାଟି ହୁଙ୍କା ନିକଟରେ ଭିଡ ଜମାଇଛନ୍ତି l ବିଭିନ୍ନ ଦୀପାବଳି ଅମାବାସ୍ୟାର ପାଞ୍ଚ ଦିନ ପରେ ଏହି ପର୍ବକୁ ପାଳନ କରିଥାନ୍ତି ଓଡିଶାବାସି l ସକାଳୁ ସକାଳୁ ନୂତନ ବସ୍ତ୍ର ପରିଧାନ କରି ଶିବମନ୍ଦିର ତଥା ବିଭିନ୍ନ ସ୍ଥାନରେ ଥିବା ମାଟି ହୁଙ୍କା ବା ସର୍ପ ବିଳାରେ ପୁଜା କରନ୍ତି ଶ୍ରଦ୍ଧାଳୁ l

ଏହି ପୁଜା ମୁଖ୍ୟତଃ ନାଗ ଦେବତାଙ୍କ ଉଦ୍ଦେଶ୍ୟରେ କରାଯାଉଥିବା ବେଳେ ନିମ ଗଛମୁଳରେ ଥିବା ବିଳା ନିକଟରେ ଅଣ୍ଡା ଓ ଖିର ରଖି ପୂଜାର୍ଚ୍ଚନା କରନ୍ତି ଶ୍ରଦ୍ଧାଳୁ । ଏହି ପୂଜା ଦ୍ୱାରା ଶରୀରର ସମସ୍ତ ବ୍ୟାଧି ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି . କେଉଁ ଆବାହନ କାଳରୁ ଚାଲିଆସିଥିବା ଏହି ପାରମ୍ପରିକ ପୂଜାକୁ ତେଲେଗୁ ସମ୍ପ୍ରଦାୟ ଅଧିକ ମାତ୍ରାରେ ପାଳନ କରିଥାନ୍ତି l

LEAVE A REPLY

Please enter your comment!
Please enter your name here