ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜର୍ଜିଆ ଏବଂ ନେବାଡ଼ାରେ ବିଜୟ ଲାଭ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ୍। ଯେଉଁ ୭ଟି ସ୍ବିଙ୍ଗ୍ ଷ୍ଟେଟ୍ର ଉପରେ ଫଳାଫଳ ନିର୍ଭର କରୁଥିଲା ସେଠାରେ ହିଁ ଟ୍ରମ୍ପ୍ ବାଜିମାତ୍ କରିଛନ୍ତି। ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ୍। ଏନେଇ ଟ୍ରମ୍ପ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ। ମାତ୍ରାଧିକ ଭୋଟ୍ ଦେଇ ଜିତାଇଥିବାରୁ ଭୋଟର୍ମାନଙ୍କୁ ଟ୍ରମ୍ପ୍ ଧନ୍ୟବାଦ ଦେଇଛନ୍ତି।ଭାରତୀୟ ବଂଶୋଦ୍ଭବ ତଥା ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କୁ ହରେଇ ଟ୍ରମ୍ପ ଆଉ ଥରେ ରାଷ୍ଟ୍ରପତି ହେବା ପକ୍କା ହେଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି । ତେବେ ବର୍ତ୍ତମାନ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ହେଲେ ଏହାରି ଭିତରେ କିନ୍ତୁ ଆମେରିକାର ଲୋକପ୍ରିୟ ଗଣମାଧ୍ୟମ ଫକ୍ସ ନ୍ୟୁଜ୍ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ନେଇ ଘୋଷଣା କରିଛି । ତେବେ କମଳା ହ୍ୟାରିସଙ୍କୁ ହରାଇଲେ ଡୋନାଲ୍ଡ ଟ୍ରମ୍ପ।୫୧ଭୋଟ ଅଧିକା ପାଇ ଜିତିଲେ ଟ୍ରମ୍ପ। ୪୭ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ ।