ବାରିପଦା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଓଡ଼ିଶାର ସର୍ବ ବୃହତ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମୟୁରଭଞ୍ଜ କୁ ବିଗତ ୨୦୦୯ ମସିହାରେ ହୋଇଥିବା ଡି ଲିମିଟେସନରେ ଉପେକ୍ଷା କରାଯାଇଥିବାର ଅଭିଯୋଗ ଆଣି ବିଗତ ୫ ବର୍ଷ ଧରି ଓଡ଼ିଆ ଜାଗରଣ ମଂଚ ତରଫରୁ ଆନ୍ଦୋଳନ କରାଯାଇ ଆସୁଥିବା ବେଳେ ଆଜି ଓଡ଼ିଆ ଜାଗରଣ ମଞ୍ଚ ତରଫରୁ ପୁନଃ ଡିଲିମିଟେସନ କରାଯାଇ ମୟୂରଭଞ୍ଜ ଜିଲ୍ଲାରେ ବିଧାନସଭା ଏବଂ ଲୋକସଭା ନିର୍ବାଚନ ମଣ୍ଡଳୀ ବୃଦ୍ଧି କରାଯିବାକୁ ମୟୁରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଜରିଆରେ ରାଜ୍ୟ ନିର୍ବାଚନ କମିଶନରଙ୍କୁ ହଜାରହଜାର ସ୍ଵାକ୍ଷର ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀ କୁ କେନ୍ଦୁଝର ଲୋକସଭା କ୍ଷେତ୍ର ରେ ଏବଂ ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳିକୁ ବାଲେଶ୍ଵର ଲୋକସଭା କ୍ଷେତ୍ରରେ ରଖାଯାଇଛି l ସେହିପରି ଜିଲ୍ଲାର ପୂର୍ବରୁଥିବା ୧୦ ଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ କମାଇ ୯ ଟି ଆସନରେ ସୀମିତ ରଖଯାଇଛି l ଜିଲ୍ଲା ରେ ଥିବା ଏକମାତ୍ର ପୂର୍ଣ୍ଣାଙ୍ଗ ଲୋକସଭା କ୍ଷେତ୍ର ଆଦିବାସୀ ବର୍ଗ ପାଇଁ ସଂରକ୍ଷିତ ରହିଥିବା ବେଳେ l ୯ ଟି ବିଧାନସଭା କ୍ଷେତ୍ର ମଧ୍ୟରୁ କେବଳ ମୋରଡା ଆସନ କୁ ଛାଡି ଦେଲେ ଅନ୍ୟ ୮ ଟି ଯାକ ଆସନ ସଂରକ୍ଷିତ ରହିଥିବାରୁ ମୟୁରଭଞ୍ଜର ସାଧାରଣ ଜନତା ନିଜର ରାଜନୈତିକ ଅଧିକାର ରୁ ବିଶେଷ ଭାବରେ ବଂଚିତ ହେଉଛନ୍ତି l ଏଣୁ ଜିଲ୍ଲା ରେ ପୁନଃ ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣ କରାଯାଇ ଆୟତନ ଏବଂ ଜନସଂଖ୍ୟା ଦୃଷ୍ଟିରୁ ଜିଲ୍ଲାରେ ୧୨ ଟି ବିଧାନସଭା ଆସନ ସହ ଅନୁନ୍ୟ ଦୁଇଟି ଲୋକସଭା ଆସନ ଗଠନ କରିବା ସହ ଗୋଟିଏ ଲୋକସଭା ଆସନ ଏବଂ ଅନୁନ୍ୟ ୩ ଟି ବିଧାନ ସଭା ଆସନକୁ ସଂରକ୍ଷଣ ମୁକ୍ତ ରଖାଯିବାକୁ ଦାବୀ କରାଯାଇଛି l ଏହି ଦାବିପତ୍ର ପ୍ରଦାନରେ ଓଡିଆ ଜାଗରଣ ମଞ୍ଚର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ ଙ୍କ ନେତୃତ୍ୱରେ ମଞ୍ଚର କର୍ମକର୍ତ୍ତା ପିତାମ୍ବର ମଲ୍ଲିକ, ଉଦୟ ନାଥ ଜେନା, ଗୋଲକ ଚନ୍ଦ୍ର ମହାନ୍ତି, ଯତୀନ ଚନ୍ଦ୍ର ଗିରି, ଆଇନଜୀବୀ ଅରବିନ୍ଦ ଦାସ, ଲୋକନାଥ ଦାସ, ଲିଙ୍ଗରାଜ ମିଶ୍ର, ପ୍ରଦୀପ କୁମାର ପଲେଇ ପ୍ରମୁଖ ଉପସ୍ଥିତ ଥିଲେ l