ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପର ସହରର ବହୁଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟାକାଣ୍ଡ ଘଟଣାର ରାୟ ପ୍ରକାଶ ପାଇଛି l ହତ୍ୟାକାଣ୍ଡ ରେ ସମ୍ପୃକ୍ତ ୧୧ଜଣ ଅଭିଯୁକ୍ତଙ୍କୁ ଆଜି ଦୋଷୀ ସାବ୍ୟସ୍ତ କରି ଆଜୀବନ କାରା ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଗଂଜାମ ଜିଲ୍ଲା ଦୌରାଜଜ l ଏହି ମାମଲାର ବିଚାରଣ ସରିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ମଉଜ ମିଶ୍ର ବର୍ତମାନ ପର୍ଯ୍ୟନ୍ତ ଫେରାର ଅଛି l ୧୧ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବ ପରେ ସମସ୍ତଙ୍କୁ କଡା ସୁରୀକ୍ଷା ବଳୟ ମଧ୍ୟରେ ବ୍ରହ୍ମପୁର ମଣ୍ଡଳ କାରାଗାର କୁ ପଠାଇ ଦିଆଯାଇଛି l ସୂଚନାଯୋଗ୍ୟ ୨୦୧୩ ଜାନୁଆରୀ ୨୯ ତାରିଖ ଦିନ ଗୋସଁଇନୂଆଗାଁ ଗୁଣ୍ଡିଚା ମନ୍ଦିର ନିକଟରେ ଦୁର୍ବୁର୍ତ ମାନେ ଶାନ୍ତି ଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ l ଶାନ୍ତି ମିଶ୍ର ଙ୍କ ନାମରେ ଏକାଧିକ ମାମଲା ରହିଥିଲା l ତେବେ ଦୀର୍ଘ ୧୪ବର୍ଷ ପରେ ଶାନ୍ତି ମିଶ୍ର ହତ୍ୟା ଘଟଣାର ରାୟ ଆଜି ପ୍ରକାଶ ପାଇଛି l