ସହର ଉପକଣ୍ଠରେ ବାଘ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ସହର ଉପକଣ୍ଠ ରେ ରାଜରାସ୍ତାରେ ବାଘ ବୁଲିବା ନଜରକୁ ଆସିଛି l ପର୍ଯ୍ୟଟକଙ୍କ କାର୍ କ୍ୟାମେରାରେ ବାଘ ବୁଲୁଥିବାର ଦୃଶ୍ୟ କଏଦ ହୋଇଛି । ଯାହାକୁ ନେଇ ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି ।ଭାଲିଆଗଡ଼ ନିକଟରେ ରାତି ସମୟରେ ବାଘ ଜାତୀୟ ରାଜପଥ ପାର ହୋଇଯାଉଥିବାର ଦୃଶ୍ୟ କଏଦ ହୋଇଛି । ଜଣେ ପର୍ଯ୍ୟଟକଙ୍କ କାରରେ ରହିଥିବା କ୍ୟାମେରାରେ ଏହି ଭିଡିଓ କଏଦ‌ ହେବା ପରେ ଏହାକୁ ନେଇ ଭୟଭୀତ ଅଞ୍ଚଳବାସୀ । ସେପଟେ ବାଘ ଆସିଥିବା ଆଶଙ୍କା କରି ବ୍ରହ୍ମପୁର ବନ୍ୟାଞ୍ଚଳ ଅଧୀନ ଦିଗପହଣ୍ଡି ରେଞ୍ଜର ଆଖପାଖ ଅଞ୍ଚଳରେ ଜନସାଧାରଣଙ୍କୁ ସତର୍କ କରୁଛି ବନବିଭାଗ ।ଗତ ୩ ତାରିଖ ରାତି ସମୟରେ ମହାବଳ ବାଘ ବ୍ରହ୍ମପୁର ନିକଟସ୍ଥ‌ ଜାତୀୟ ରାଜପଥରେ ରାସ୍ତା ପାର ହେଉଥିବା ଭିଡିଓ କଏଦ‌ ହୋଇଥିଲା । ଏହି ଘଟଣା ଜଣାପଡିବା ପରେ ବନବିଭାଗ ପକ୍ଷରୁ ଗୋଟିଏ ପରେ ଗୋଟିଏ ଗ୍ରାମରେ ସଚେତନତା କରାଯାଉଛି । ବ୍ରହ୍ମପୁର ଉପକଣ୍ଠ ଘାଟି କାଳୁଆଠାରୁ ଆରମ୍ଭ କରି ପନାଡ, ପଲ୍ଲୀ, ଢିଙ୍କିପଦର, ଝରପଦର ଭଳି ଅନେକ ଅଞ୍ଚଳରେ ପ୍ରତ୍ୟେକ ଦିନ ବନବିଭାଗ ମାଇକ ଯୋଗେ ସତର୍କ କରାଉଛି । ଗ୍ରାମବାସୀଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଥିବାବେଳେ ଗୃହପାଳିତ ପଶୁମାନଙ୍କୁ ସୁରକ୍ଷିତ ଭାବରେ ରଖିବାକୁ ଆହ୍ୱାନ କରାଯାଉଛି । ହେଲେ ଏହାରି ମଧ୍ୟରେ ବାଘ କୁଆଡେ ପନାଡ ଗ୍ରାମର ନିକଟବର୍ତ୍ତୀ ଜଙ୍ଗଲକୁ ଯାଇଥିବା ଛେଳିକୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏପରିକି ଭାଲିଆଗଡ଼ ଗ୍ରାମ ନିକଟସ୍ଥ ଚାଷ ଜମିରେ ମହାବଳର ପାଦ ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି । ତେବେ ରାଜପଥକୁ ଯାଇ ସେଠାରୁ ପୁଣି ଫେରିଥିବା ପାଦ ଚିହ୍ନ ମଧ୍ୟ ମିଳିଛି ।ମହାରାଷ୍ଟ୍ର ମହାବଳ ବାଘ ଗଞ୍ଜାମ ଓ ଗଜପତି ଅଞ୍ଚଳରେ ବୁଲୁଥିବା ଚର୍ଚ୍ଚା ଥମିନାହିଁ । ନିୟମିତ ଭାବେ ସ୍ଥାନ ବଦଳାଉଛି ମହାବଳ। ବ୍ରହ୍ମପୁର ଉପକଣ୍ଠରେ ମହାବଳ ପହଞ୍ଚିଥିବା ଖବର ମିଳିବା ପରେ ବନ ବିଭାଗ ମଧ୍ୟରେ ତତ୍ପରତା ଦେଖାଯାଇଛି । ବନ ବିଭାଗ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ରାତିରେ ଏକୁଟିଆ ନବାହାରିବାକୁ ସଚେତନ କରାଯାଇଛି ।

LEAVE A REPLY

Please enter your comment!
Please enter your name here