ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଡବଲ ଇଞ୍ଜିନ୍ ସରକାର ଓଡ଼ିଶାକୁ ଦେଇଛି ଆଉ ଏକ ଧକ୍କା। ଓଡ଼ିଶା ଓ ମାଲକାନଗିରି ଜିଲ୍ଲାର ଲକ୍ଷଲକ୍ଷ ଆଦିବାସୀଙ୍କ ସ୍ବାର୍ଥକୁ ଉପେକ୍ଷା କରି କେନ୍ଦ୍ର ସରକାର ପୋଲାଭରମ ପ୍ରକଳ୍ପ ଶେଷ କରିବାକୁ ଆନ୍ଧ୍ରକୁ କେବଳ ବିପୁଳ ଆର୍ଥିକ ସହାୟତା ଦେଇ ନାହାନ୍ତି; ପକ୍ଷାନ୍ତରେ ଏହି ପ୍ରସଙ୍ଗରେ ଓଡ଼ିଶାର ସ୍ବାର୍ଥକୁ ଉପେକ୍ଷା କରି ଚାଲିଛନ୍ତି । ଧାର୍ଯ୍ୟ ସମୟ ପୂର୍ବରୁ ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଓ ଏହା ସହିତ ପ୍ରକଳ୍ପର ଦକ୍ଷିଣ କେନାଲର ଜଳ କ୍ଷମତା ବୃଦ୍ଧିକୁ ଅନୁମୋଦନ ଦେଇଛନ୍ତି। ପରିବର୍ତ୍ତିତ ଡ଼ିଜାଇନ୍ ସହ ତରବରିଆ ଭାବରେ କାମ ସାରିବାକୁ ଆନ୍ଧ୍ର ସରକାର ଉଦ୍ୟମ କରୁଥିବାବେଳେ ରାଜ୍ୟ ସରକାର ସମ୍ପୂର୍ଣ ପୋଲାଭରମ୍ ଡିଜାଇନ୍ରେ ପରିବର୍ତ୍ତନ ବିଜେପିର ରହସ୍ୟମୟ ନିରବତାକୁ ନେଇ ପ୍ରଶ୍ନ ନିରବ ହୋଇ ବସିଛନ୍ତି ଓ କେନ୍ଦ୍ର ବି ସମ୍ପୂର୍ଣ ନିରବତା ଅବଲମ୍ବନ କରିଛି ।ପୂର୍ବରୁ ପ୍ରକଳ୍ପର ଉଚ୍ଚତା ବୃଦ୍ଧି ଯୋଗୁଁ ମାଲକାନଗିରି ଜିଲ୍ଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବ ବୋଲି ସ୍ପଷ୍ଟ ହୋଇ ସାରିଛି। ଏବେ ପୁଣି ପ୍ରକଳ୍ପର ଡ଼ିଜାଇନ୍ ପରିବର୍ତ୍ତନ କରାଯାଇଛି ଓ ପୋଲାଭରମ ଦକ୍ଷିଣ କେନାଲର କ୍ଷମତା ୩୦ ହଜାର କ୍ଲାସେକକୁ ବୃଦ୍ଧି କରିବାକୁ ଅନ୍ଧ୍ର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି | ଯାହା ଓଡ଼ିଶା ପ୍ରତି ବିପଦ ଆହୁରି ବଢ଼ାଇବା ଆଶଙ୍କା ସୃଷ୍ଟି କରିଛି। ଆସନ୍ତା ମାର୍ଚ୍ଚ ୨୦୨୮ ସୁଦ୍ଧା ପ୍ରକଳ୍ପ କାମ ସାରିବାକୁ ଆନ୍ଧ୍ର ସରକାର ଯୋଜନା କରିଛନ୍ତି। ନିଜର ଲାଭ ପାଇଁ ପ୍ରକଳ୍ପର ବନ୍ଧ ଉଚ୍ଚା କରାଯାଇ କାର୍ଯ୍ୟ କରାଯାଉଛି, ମାତ୍ର ପ୍ରକଳ୍ପ ଯୋଗୁଁ ପ୍ରତ୍ୟକ୍ଷ ଭାବରେ ମାଲକାନଗିରି ଜିଲ୍ଲା କ୍ଷତିଗ୍ରସ୍ତ ହେବାକୁ ଥିବା ସତ୍ତ୍ବେ ରାଜ୍ୟ ସରକାର ଚୁପ୍ ରହିଛନ୍ତି ।
ପୋଲାଭରମ ପ୍ରସଙ୍ଗରେ ରାଜ୍ୟ ବିଜେପି ସରକାର ମୌନବ୍ରତ ସମ୍ପ୍ରତି ସମଗ୍ର ରାଜ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। କୋଟିଆଠାରୁ ଆରମ୍ଭ କରି ପୋଲାଭରମ ପ୍ରକଳ୍ପ ଭଳି କାମ ପାଇଁ ଆନ୍ଧ୍ର-ଓଡ଼ିଶା ମଧ୍ଯରେ ବିବାଦ ଲାଗି ରହିଛି। ଆନ୍ଧ୍ରରେ ବିଜେପିମେଣ୍ଟର ସହଯୋଗୀ ସରକାର ଥିବାରୁ ଓଡ଼ିଶା ସ୍ବାର୍ଥ ପ୍ରତି କେନ୍ଦ୍ରସରକାର ଉପଯୁକ୍ତ ଗୁରୁତ୍ବ ଦେବେ ବୋଲି କରାଯାଉଥିବା ଆଶା ମଉଳି ଯାଇଛି। କେନ୍ଦ୍ରରେ ବିଜେପି ଶାସନ ଗାଦିରେ ରହିବାକୁ ହେଲେ ଚନ୍ଦ୍ରବାବୁ ନାଇଡୁଙ୍କ ସହଯୋଗ ଏକାନ୍ତ ଜରୁରୀ ହୋଇଥିବାରୁ ଓଡ଼ିଶା ସ୍ବାର୍ଥକୁ କେନ୍ଦ୍ର ସରକାର ବଳି ଦେଇ ନାଇଡ଼୍ ସରକାରଙ୍କୁ ସମର୍ଥନ ଦେଉଥିବା ଅଭିଯୋଗ ହୋଇଛି। ଏପରିକି ରାଜ୍ୟ ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟର ସ୍ବାର୍ଥହାନିକୁ ନିରବରେ ସମର୍ଥନ କରିଚାଲିଛି। ଆନ୍ଧ୍ରର ଏଭଳି ମନମୁଖ୍ କାର୍ଯ୍ୟ ସହ ଉଭୟ କେନ୍ଦ୍ର ଓ ରାଜ୍ୟର ଅସ୍ପଷ୍ଟ ଆଭିମୁଖ୍ୟକୁ ବିଭିନ୍ନ ସଂଗଠନ ସହ ରାଜନୈତିକ ଦଳମାନେ ମଧ୍ୟ ବିରୋଧ କରିଛନ୍ତି | ଏତେ ବିରୋଧ ଓ ଚାପ ସତ୍ତ୍ୱେ ମଧ୍ୟ ରାଜ୍ୟର ବିଜେପି ସରକାର କାହିଁକି ଏହି ପ୍ରସଙ୍ଗରେ ନିରବ ରହିଛନ୍ତି ତାହା ରହସ୍ୟ ହୋଇ ରହିଛି ।