ତାରାତାରିଣୀ ପରେ ଏବେ ନିର୍ମଳଝର

0

ଗଞ୍ଜାମ, ଖଲ୍ଲିକୋଟ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବହୁଦିନ ପରେ ଲୁଟେରା ଓ ଆତଙ୍କୀ ଙ୍କ କବଜାରେ ଗଞ୍ଜାମ l କୋଟି କୋଟି ଓଡ଼ିଆ ଙ୍କ ଆରାଧ୍ୟ୍ୟ ଦେବୀ ମା ତାରାତାରିଣୀ ମନ୍ଦିର ରୁ ଚୋରି ଘାଟଣ ମନ ରୁ ନ ଲିଭୁଣୁ ପୁଣି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରେ ରହିଥିବା ଓଡ଼ିଶା ର ପ୍ରସିଦ୍ଧ ପର୍ୟ୍ୟଟନ ସ୍ଥଳୀ ନିର୍ମଳଝର ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଲେ ଦୃର୍ବୁତ୍ତ । ଗତ କାଲି ବିଳମ୍ବିତ ରାତିରେ ନିର୍ମଳଝର ପରିସରରେ ଥିବା ନୀଳକଣ୍ଠେଶ୍ଵର ମନ୍ଦିର ରୁ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ କରିବା ସହ, ରୋଷ ଘର ତାଲା ଭାଙ୍ଗି ପିତଳ ଓ କଂସା ସାମଗ୍ରୀ ଚୋରୀ ହୋଇଥିବା ଜଣା ପଡିଛି । ଭୋର ସକାଳ ସମୟରେ ପୂଜକ ମୂଖ୍ୟ ତାଲା ଖୋଲି ମନ୍ଦିରକୁ ଯିବାର ହୁଣ୍ଡି ଭଙ୍ଗା , ରୋଷଘରୁ କବାଟ ଭଙ୍ଗା , ଦେଖି ପୋଲିସ୍ ଜଣାଇଥିଲେ । ଘଟଣା ସ୍ଥଳରେ ଖଲ୍ଲିକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ତେବେ ଖଲ୍ଲିକୋଟ ଥାନା ଅଂଚଳ ରେ ଚୋରି ଘଟଣା ଲଗାତାର ବିଭିନ୍ନ ଘର ମାନଙ୍କ ଘରୁ ଚୋରି ହେଉଥିବା ଅଭିଯୋଗ ଖଲ୍ଲିକୋଟ ଥାନାରେ ରହିଛି ।

LEAVE A REPLY

Please enter your comment!
Please enter your name here