ବ୍ରହ୍ମପୁର ଉପକଣ୍ଠରେ ମହାବଳ ବାଘ ବୁଲିବା ଘଟଣାକୁ ମିଥ୍ୟା ବୋଲି କହିଲା ବନବିଭାଗ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ଉପକଣ୍ଠରେ ମହାବଳ ବାଘ ବୁଲିବା ଘଟଣାକୁ ମିଥ୍ୟା ବୋଲି ଟୁଇଟ ମାଧ୍ୟମରେ ସୂଚନା ପ୍ରଦାନ କରିଛି ବ୍ରହ୍ମପୁର ବନ ବିଭାଗ l ଗତକିଛି ଦିନ ଧରି ବିଭିନ୍ନ ସୋସିଆଲ ମିଡ଼ିଆ ଏବଂ ଗଣମାଧ୍ୟମ ରେ ପ୍ରସାରିତ ଏହି ଭିଡ଼ିଓ ଫେକ ବୋଲି କହିଛନ୍ତି ବ୍ରହ୍ମପୁର ଡ଼ିଏଫଓ ସନ୍ନି ଖୋଖର l ସହରରେ ମହାବଳ ବାଘ ବର୍ତ୍ତମାନ ସୁଦ୍ଧା କାହାରିକୁ ଆକ୍ରମଣ କରିନଥିବା ମଧ୍ୟ ସେ ସୂଚନା ପ୍ରଦାନ କରିଛନ୍ତି l ଏହି ଅପପ୍ରଚାର ଉପରେ ବନ ବିଭାଗ ନଜରରେ ରଖି ବିଭିନ୍ନ ଅଂଚଳ ରେ ସ୍ୱତନ୍ତ୍ର ଟିମ ଯୋଗେ ତଦନ୍ତ ଜାରି ରଖିଥିବା ନେଇ ବ୍ରହ୍ମପୁର ବନ ବିଭଗ ପକ୍ଷ୍ୟରୁ ସ୍ପଷ୍ଟିକରଣ ଦିଆଯାଇଛି l ଏଭଳି ଅପପ୍ରଚାର କୁ ରୋକିବାକୁ ମଧ୍ୟ ବିଭାଗ ନିବେଦନ କରିଛି l

LEAVE A REPLY

Please enter your comment!
Please enter your name here