ବାରିପଦାରେ ଛଟ ପର୍ବ ପାଳିତ

0

ବାରିପଦା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବାରିପଦା ସହରରେ ବିହାରୀ ସମ୍ପ୍ରଦାୟର ପକ୍ଷରୁ ଆସ୍ଥା ଓ ବିଶ୍ୱାସର ଛଠ୍ ପର୍ବ ମହାସମାରୋହରେ ପାଳିତ ହୋଇଛି, ସହରର ଷ୍ଟେସନବନ୍ଧ, ବୁଢାବଳଙ୍ଗ ନଦୀପଠା ଚିପଟ୍ ଅସ୍ତିଆ ଏବଂ ପୋଡାଅସ୍ତିଆ ଘାଟରେ ଶ୍ରଦ୍ଧାଳୁ ଙ୍କ ଭିଡ ଦେଖିବାକୁ ମିଳିଥିଲା, ଅସ୍ତଗାମୀ ସୂର୍ଯ୍ୟ ଏବଂ ଉଦିତ ସୂର୍ଯ୍ୟଙ୍କୁ ବିଧିବଦ୍ଧ ଭାବେ ଉପାସନା କରି ଏହି ପର୍ବ ପାଳନ କରିଥାନ୍ତି ମହିଳମାନେ, ଛଠ୍ ପର୍ବ ଉଭୟ ପୁରୁଷ ଓ ମହିଳା ରଖିଥାନ୍ତି । ପ୍ରତିବର୍ଷ ଦୀପାବଳି ଅମାବାସ୍ୟା ପରେ କାର୍ତିକ ମାସ ଶୁକ୍ଳ ପକ୍ଷ ଷଷ୍ଠ ଦିବସରେ ପାଳିତ ହୋଇଥାଏ। ଏହାକୁ ଛଠ୍ ବା ଡାଲା ଛତ୍‌ବ୍ରତ କୁହାଯାଏ। ଏହି ଅବସରରେ ବାରିପଦା ଠାରେ ସୂର୍ଯ୍ୟାସ୍ତର ଦୁଇଘଣ୍ଟା ପୂର୍ବରୁ ବାଣ, ବାଜା, ଶଙ୍ଖ ଓ ମହୁରୀର ତାଳେ ତାଳେ ପୁରୁଷ ଓ ମହିଳାମାନେ ଘାଟ ନିକଟରେ ପହଁଞ୍ଚି ନିଜ ନିଜ ପରିବାରର ମଙ୍ଗଳ କାମନା କରି ପୂଜାର ଆୟୋଜନ କରିଥିଲେ। ଘାଟରେ କଦଳୀ ଗଛ ଓ ଫୁଲ ଦ୍ବାରା ବିଭିନ୍ନ ତୋରଣମାନ ସଜାଇ ଅସ୍ତଗାମୀ ସୂର୍ଯ୍ୟ ଦେବତାଙ୍କୁ ଆବାହନ କରିବା ସହ ପ୍ରଥମ ଅର୍ଘ୍ୟ ଅର୍ପଣ କରିଥିଲେ। ଏଠାରେ ବହୁ ବିବାହିତ ପୁରୁଷ ମହିଳା ପରସ୍ପରର ଦୀର୍ଘ ଜୀବନ କାମନା କରିବା ସହିତ ସନ୍ତାନ ଓ ପରିବାରଙ୍କ ମଙ୍ଗଳ କାମନା ପାଇଁ ପୂଜା ଭାର ମୁଣ୍ଡରେ ରଖି ଏହି ପୂଜାରେ ସାମିଲ ହୋଇଥିଲେ।

ଛତ୍‌ପର୍ବ ଆରମ୍ଭର ତୃତୀୟ ଦିନ ‘ଛଠ୍ ସନ୍ଧ୍ୟା’ ରାତିରେ ଘରେ ଅଗ୍ନି ଦେବତାଙ୍କୁ ପୂଜା କରାଯାଇଥାଏ। ଚତୁର୍ଥ ଦିନ ଅର୍ଥାତ୍ ଶେଷ ଦିନକୁ ‘ଛଠ୍ ସୂର୍ଯ୍ୟୋଦୟ ଅର୍ଘ୍ୟ’ କୁହାଯାଏ। ଏହି ଦିନ ସକାଳେ ପୂର୍ବ ପରି ଘାଟରେ ଉଦିତ ସୂର୍ଯ୍ୟଙ୍କୁ ଦ୍ଵିତୀୟ ଅର୍ଘ୍ୟ ଦିଆଯିବାର ବିଧି ରହିଛି। ଚତୁର୍ଥୀରୁ ଆରମ୍ଭ ହୋଇଥିବା ଛଠ ପ୍ରଥମ ଦିନକୁ ‘ନାହାୟ ଖାଏ'(ଗାଧୁଆ ଖୁଆ) କୁହାଯାଏ । ଏହି ଦିନ ମହିଳାମାନେ ସ୍ନାନ କରି ଇଟା ଓ ମାଟିରେ ତିଆରି କରାଯାଇଥିବା ନୂଆ ଚୁଲାରେ ଅନ୍ନପ୍ରସାଦ ରାନ୍ଧି ସୂର୍ଯ୍ୟ ଦେବତାଙ୍କୁ ଭୋଗ ଲଗାନ୍ତି। ପଞ୍ଚମୀ ଅର୍ଥାତ୍ ଦ୍ଵିତୀୟ ଦିନକୁ ‘ଖରନା’ ଓ ‘ଲୋହଣ୍ଡା’ କୁହାଯାଇଥାଏ । ଏହି ଦିନ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ ରଖାଯାଇ ରାତିରେ ଖିରି ପୁରୀ ସହିତ ଫଳମୂଳ ଆଦି ଦେବଦେବୀଙ୍କୁ ସମର୍ପିତ କରାଯାଇଥାଏ।

LEAVE A REPLY

Please enter your comment!
Please enter your name here