ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ସ୍ଥାନୀୟ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ଖେଳ ପଡ଼ିଆରେ ଅନୁଷ୍ଠିତ ୧୧ ତମ ବ୍ରହ୍ମପୁର ମହାନଗର ପୁସ୍ତକ ମେଳା ଅଷ୍ଟମ ଦିନରେ ପହଂଚି ଯାଇଛି । ଲୋକ ଭିଡ଼ ସହ ପୁସ୍ତକ ପ୍ରେମୀଙ୍କ ଭିଡ଼ ମେଳାରେ ଦେଖିବାକୁ ମିଳୁଛି । ଆଜି ତଥା ଅଷ୍ଟମ ଦିନରେ ପୁସ୍ତକ ମେଳାର ଇତିହାସ ସମ୍ପର୍କରେ ଅତିଥି ମାନେ ଆଲୋଚନା ହୋଇଥିଲା। ବିଶିଷ୍ଟ ଶିକ୍ଷାବିତ୍ ତଥା ବିଶିଷ୍ଟ ସାହିତ୍ୟିକ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପୁସ୍ତକ ମେଳା ସମ୍ପର୍କରେ ବକ୍ତବ୍ୟ ରଖି ପୁସ୍ତକ ହିଁ ମଣିଷର ପ୍ରକୃତ ସାଥୀ ବୋଲି କହିଥିଲେ। ବିଶିଷ୍ଟ ଅତିଥି ଶିକ୍ଷାବିତ ଶ୍ରୀଯୁକ୍ତ ପନଗ ଭୂଷଣ ମାଝି ଯୋଗ ଦେଇ ଥିବାବେଳେ ମୁଖ୍ୟ ବକ୍ତା ଭାବେ କବି ନୀଳକଣ୍ଠ ସାହୁ ଯୋଗ ଦେଇ ପୁସ୍ତକ ମେଳା ହିଁ ମଣିଷକୁ ସତ ମାର୍ଗ ଦେଖାଇ ଥାଏ ବୋଲି ବକ୍ତବ୍ୟ ରଖିଥିଲେ ।ବିଶିଷ୍ଟ କବି ସୁଶାନ୍ତ ଦାଶ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ସମ୍ମାନିତ ଅତିଥି ଭାବେ ଆଇନଜୀବୀ ଲିଙ୍ଗରାଜ ମିଶ୍ର , ଦୀପ୍ତିମିତା ମହାପାତ୍ର ମଞ୍ଚାସିନ ଥିଲେ । ଶିକ୍ଷାବିତ୍ ବାଲ୍ମୀକି ମହାପାତ୍ର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅନିଲ କୁମାର ପାତ୍ର ,ସୁନୀଲ କୁମାର ପ୍ରଧାନ ,ନିହାର ରଞ୍ଜନ ଦାଶ,ପ୍ରଫୁଲ୍ଲ କୁମାର ଦାଶ ,ସୁଧାଞ୍ଜଳି ମିଶ୍ର, ସୁଶାନ୍ତ ଦାଶ ,ସତ୍ୟମ ଆଚାରୀ ,ଅଜିତ କୁମାର ସାବତ ମହାପାତ୍ର , ପ୍ରମୁଖ ପରିଚାଳନା କରିଥିଲେ । କଣ୍ଠଶିଳ୍ପୀ ନିହାର ରଞ୍ଜନ ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହି ପୁସ୍ତକମେଳା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।