ଧରାକୋଟ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଧରାକୋଟ ଥାନା ଅନ୍ତର୍ଗତ ବରଡାବିଲି ଗ୍ରାମରେ ଘଟିଛି ଏକ ଲୋମ ଟାଙ୍କୁରା ହତ୍ୟାକାଣ୍ଡ । ଶୁକ୍ରବାର ସ୍ପଷ୍ଟ ଦିବାଲୋକରେ ଗ୍ରାମର ସିକନ୍ଦର ସାହୁଙ୍କ ପୁଅ ବଳରାମ ସାହୁ ନିଜ ବିଧବା ଖୁଡି ସସ୍ମିତା ସାହୁ କୁ ନିର୍ମମ ଭାବେ ଛୁରୀ ଭୂଷି ହତ୍ୟା କରିବା ପରେ ହତ୍ୟା କାଣ୍ଡରେ ବ୍ୟବୃହତ ଧାରୁଆ ଛୁରୀ ସହ ଥାନାରେ ଆତ୍ମ ସମର୍ପଣ କରିଛି । ମିଳିଥିବା ବିବରଣୀ ଅନୁଯାୟୀ ବରଡାବିଲି ଗ୍ରାମର ଶିବରାମ ସାହୁ କେନସର ରେ ମୃତ୍ୟୁ ବରଣ କରିବା ପରେ ତାଙ୍କ ସ୍ତ୍ରୀ ସସ୍ମିତା ସାହୁ ନିଜର ଏକ ମାତ୍ର ଝିଅ ଜ୍ୟୋତି ସାହୁଙ୍କ ସହ ଘରେ ଏକାକୀ ରହୁଥିଲେ । ସବୁଦିନ ପରି ଝିଅ ଜ୍ୟୋତି ନିକଟସ୍ଥ ବିଦ୍ୟାଳୟ କୁ ଯିବା ପରେ ବଳରାମ ମଧ୍ୟାହ୍ନ ସମୟରେ ଖୁଡି ସସ୍ମିତା ଙ୍କ ନିକଟକୁ ଆସି ପାଟି ତୁଣ୍ଡ ପରେ ହତ୍ୟା କରିଛି । ଏ ସମ୍ପର୍କରେ ସସ୍ମିତା ଙ୍କ ଶାଶୁ ତମାଳ ସାହୁ ଧରାକୋଟ ଥାନାରେ ଏତଲା ଦେବା ପରେ ଥାନାରେ କେସ ନମ୍ବର ୩୬୬/୨୪ ପ୍ରକାରେ ମାମଲା ରୁଜୁ ହୋଇଯାଇଛି । ତଦନ୍ତକାରି ଅଧିକାରୀ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛନ୍ତି । ସାଇଁଟିଫିକ ଟିମ ଘଟଣା ସ୍ଥଳେ ପହଞ୍ଚି ନମୁନା ସଂଗ୍ରହ କରିଥିବା ବେଳେ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଆସିକା ଡାକ୍ତର ଖାନାରେ ରଖାଯାଇଛି । ବାରମ୍ବାର ଖୁଡି ସସ୍ମିତା ପୁତୁରା ବଳରାମ କୁ ଅଧିକ ଅର୍ଥ ଦାବି କରି ହଇରାଣ ହରକତ କରି ଆସୁଥିଲା ବୋଲି ପ୍ରାଥମିକ ତଦନ୍ତ ରୁ ଜଣାପଡିଛି l