ଅଡବା ଡାକ୍ତରଙ୍କୁ ବଦଳି ନକରିବା ପାଇଁ ଦାବି

0

ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ଡ଼ାକ୍ତର ଅମରେଶ କୁମାର ପାତ୍ରଙ୍କୁ ବଦଳି କରିବାକୁ ଦାବି କରିଛନ୍ତି କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି. ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଗ୍ରାମବାସୀ l ଅଡବା ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡ଼ାକ୍ତର ଅମରେଶ ଯେଉଁ ଦିନ ଠାରୁ ନିଯୁକ୍ତି ହୋଇଛନ୍ତି ସେହଦିନଠାରୁ ଲୋକେ ଭଲ ଚିକିତ୍ସା ସୁବିଧା ପାଉଥିବା କହିଛନ୍ତି ଗ୍ରାମବାସୀ l ତେବେ ସ୍ଥାନୀୟ ଜଣେ ସମାଜସେବୀ କିଛି ଜନ ପ୍ରତିନିଧି, ସରପଞ୍ଚ ଓ ସମିତି ସଭ୍ୟ ଙ୍କୁ ହlତବlରିଶି କରି ଡାକ୍ତରଙ୍କୁ ବଦଳି କରିଦେବି ବୋଲି ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଡାକ୍ତର l ଗତ ୫ ତାରିଖ ଦିନ ବୁଲେରିପଦl ଗ୍ରାମର ଉକ୍ତ ସମାଜସେବୀ କିଛି ଜନ ପ୍ରତିନିଧି ମାନଙ୍କୁ ସାଥିରେ ନେଇ ଅଡବା ମେଡିକାଲ ରେ ପହଞ୍ଚି ଡାକ୍ତର ଅମରେଶ ଙ୍କୁ ବିଭିନ୍ନ ଅଶାଳୀନ ଭାଷା ପ୍ରୟୋଗ କରିବା ସହ ଦୁର୍ବ୍ୟବହାର କରିଥିଲେ l ଏଥିସହ ତାଙ୍କୁ ଏଠାରୁ ବଦଳି କରିଦେବାକୁ ମଧ୍ଯ ଧମକ ଦେଇଥିଲା l ଏସମ୍ପର୍କରେ ଅଡବା ଗ୍ରାମବାସୀ ଜାଣିବା ପରେ ଗୁରୁବାର ଗ୍ରାମର ଶତାଧିକ ମହିଳା ସହିତ ବିଭିନ୍ନ ସଂଗଠନର କର୍ମକର୍ତ୍ତ ମେଡିକାଲ ରେ ପହଞ୍ଚି ଡାକ୍ତରଙ୍କ ସହିତ ଆଲୋଚନା କରିଥିଲେ . ଜଣେ କର୍ତ୍ତବ୍ୟରତ ଓ ନିଷ୍ଠାପର ଡ଼ାକ୍ତର ଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ନିନ୍ଦା କରି ଉକ୍ତ ଯୁବକଙ୍କ ନାମରେ ଅଡବା ଥାନାରେ ଏତଲା ଦେଇଛନ୍ତି ଗ୍ରାମବାସୀ l ସଂପୃକ୍ତ ଯୁବକଙ୍କ ବିରୋଧରେ ତୁରନ୍ତ ପଦକ୍ଷେପ ନନେଲେ ରାଜରାସ୍ତାକୁ ଓହ୍ଲାଇବା କୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ l

LEAVE A REPLY

Please enter your comment!
Please enter your name here