ଗଜପତି ( ବିପ୍ଲବୀ ପରିକ୍ରମା ):-: ଗଜପତି ଜିଲ୍ଲାରେ ଆଇନଜୀବୀ ଙ୍କ ଊପରେ ଏସିଡି ମାଡ ହୋଇଛି l ବରିଷ୍ଠ ଆଇନଜୀବୀଙ୍କ ଘରେ ପଶି ଏସିଡି ମାଡ କରିଛନ୍ତି ଦୃର୍ବୁତ୍ତ l ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ମୁହଁରେ ଏସିଡ ମାଡ କରିଥିବା ସୁଚନା ମିଳିଛି l ଆହାତ ଆଇନଜୀବୀ ହେଉଛନ୍ତି ପି ରାମାରାଓ l ତେବେ ହେଲିମେଣ୍ଟ ପିନ୍ଧା ଦୁଇଜଣ ଦୃର୍ବୁତ୍ତ ବାଇକରେ ଆସି ତାଙ୍କୁ ଜଙ୍ଗୁମୁ ସାହି ସ୍ଥିତ ବାସଭବନରେ କବାଟ ବାଡେଇ ଡାକିଥିଲେ, ଆଇନଜୀବୀ ଘରର କବାଟ ଖୋଲୁ ଖୋଲୂ ଏସିଡ ଫୋପାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏନେଇ ପୋଲିସର ତନାଘନା ଆରମ୍ଭ ହୋଇଛି l