ପୁରୁଷୋତ୍ତମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡ଼ା ଗ୍ରାମରେ ବ୍ରହ୍ମପୁର ସାଂସଦ ଙ୍କୁ ଭବ୍ୟ ସ୍ଵାଗତ କରାଯିବା ସହ ବହୁ ବିଜେଡି ନେତା ବିଜେପିରେ ମିଶିଥିଲେ। ଶନିବାର ଦିନ ବ୍ରହ୍ମପୁର ସାଂସଦ ଡ଼କ୍ତର ପ୍ରଦିପ କୁମାର ପାଣିଗ୍ରାହୀ ଙ୍କ ତାରାତାରିଣୀ ମନ୍ଦିର ଗସ୍ତ ସମୟରେ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭାଟକୁମରଡ଼ା ଗ୍ରାମରେ ବହୁ ବିଜେପି ନେତା ଓ ଗ୍ରାମ ବାସୀ ମନେ ମେଡିକାଲ ଛକ ଠାରେ ଭବ୍ୟ ସ୍ଵାଗତ କରିଥିଲେ । ଏହାପରେ ଅଞ୍ଚଳର ବରିଷ୍ଠ ବିଜେଡି ନେତା ପୂର୍ଣ୍ଣଚନ୍ଦ୍ର ଦାସ,ସୁରେନ୍ଦ୍ର ଦାସ , ସୁନିଲ କୁମାର ଦାସ (କାଳିଆ)ଙ୍କ ସମେନ୍ତ ବହୁ କର୍ମୀ ମାନେ ବିଜେପି ରେ ଯୋଗ ଦେଇଥିଲେ।
ଏହି ଅବସରରେ ସାଂସଦ ଡ଼କ୍ତର ପ୍ରଦିପ କୁମାରପାଣିଗ୍ରାହୀ ଓ ଅନୀଲ କିଶୋର ପତିଙ୍କ ଉପସ୍ଥିତିରେ ସମସ୍ତ ବିଜେଡି ନେତା ମାନଙ୍କୁ ବିଜେପି ଟୋପି ପିନ୍ଧାଇ ସମ୍ମାନୀତ କରି ବିଜେପି ପାଟିକୁ ସ୍ଵାଗତ କରିଥିଲେ । ଏହି ଅବସରରେ ଯୁବ ସମାଜ ସେବା ସୁନିଲ କୁମାର ଦାସ ଓ ସୁରେନ୍ଦ୍ର ଦାସ ସାଂସଦଙ୍କୁ ପୁଷ୍ପ ଗୁଛ ଦେବା ସହ ଉପଢଙ୍କନ୍ ପକାଇ ସମ୍ମାନିତ କରିଥିଲେ ।
ଏକ ବିରାଟ ପଟୁଆରରେ ବାଜା ବାଜନି ସହ ବାଣ ଫୁଟାଇ ବାହାରି ଗ୍ରାମର ପାହାଡ ଉପରେ ଥିବା ମା କନକ ଦୂର୍ଗା ମନ୍ଦିରକୁ ଦର୍ଶନ କରିବା ପାଇଁ ଯାଇଥିଲେ । ସେଠାରେ ମାଙ୍କୁ ପୂଜା ଅର୍ଚ୍ଚନା କରିବା ପରେ ସେଠାକାର ପରିବେଶ ଦେଖି ବହୁତ ଖୁସି ହୋଇଥିଲେ । କନକ ଦୂର୍ଗା ପୂଜା ପରିଚାଳନା କମିଟି ସାଂସଦଙ୍କୁ ମନ୍ଦିର କିପରି ଅଧିକରୁ ଅଧିକ ଉନ୍ନତି ହୋଇପାରିବ ସେନେଇ ଆଲୋଚନା କରିଥିଲେ ।
ସାଂସଦ ମନ୍ଦିର ବୁଲି ଦେଖିବା ସହ କହିଥିଲି ଜେ ଏତେ ବଡ ପାହାଡ ଉପରେ ମଙ୍କ ମନ୍ଦିର ଦେଖି ବହୁତ୍ ଖୁସି ଲାଗିଲା । ଏହି ମନ୍ଦିରକୁ କିପରି ଭାବେ ପର୍ଯ୍ୟନ୍ତଂସ୍ଥଳି ଭାବେ ଲୋକ ମାନଙ୍କୁ ଆକୃଷ୍ଟ କରିପାରିଲା ଭଳି ଏହାକୁ ଉନ୍ନତି ହୋଇପାରିବ ସେନେଇ ଆଲୋଚନା କରିଥିଲେ। ଏହା ସହ ମନ୍ଦିର ଉପରକୁ ଯିବା ପାଇଁ ଏକ ରାସ୍ତା ରହିଛି ହେଲେ ଏହାକୁ ନୂତନ ଭାବେ କିପରି ହୋଇପାରିବ ସେନେଇ ମଧ୍ୟ ଆଲୋଚନା କରିଥିଲେ ।
ଏହି ଅବସରରେ ବିଜେପିର ପୁରୁଷୋତ୍ତମପୁର ବ୍ଲକ ସଭାପତି ଶ୍ରୀ କୋରା ନାଥ ସ୍ଵାଇଁ, ଯୁବ ନେତା ନିର୍ମଳ ସାହୁ, ବସନ୍ତ ସ୍ଵାଇଁ, ଯୁବ ସମାଜସେବୀ ଅଶ୍ଵିନୀ ପଟ୍ଟନାୟକ, କଂଗ୍ରେସ ସ୍ୱାଇଁ, ମହେଶ୍ୱର ନାହାକ, ନରେଶ ସ୍ୱାଇଁ, ନାରୁଶୁ ପରିଡ଼ା,ତ୍ରିନାଥ ପରିଡା, ଦେବରାଜ ମଣ୍ଡଳ,ସିଦ୍ଧାନ୍ତ ସ୍ୱାଇଁ,ମାନଜ ମଣ୍ଡଳ, ପ୍ରସନ୍ନ ବେହେରା , ଅରୁଣ ସ୍ବାଇଁ,ମନ୍ଦିର ପରିଚାଳନା କମିଟି ସମ୍ପାଦକ ସନ୍ତସ କୁମାର ସ୍ବାଇଁ,ରାଧା ବେହେରା, ଆଶକ ସ୍ୱାଇଁ, କମଳ ବେହେରା,ନିରଜନ ପ୍ରଧାନ ଟୁଲୁ ପଟ୍ଟନାୟକ ଙ୍କ ସହ ଅଞ୍ଚଳ ର ଅନେକ କର୍ମୀ ଉପସ୍ଥିତ ଥିଲେ l