ଶେରଗଡ଼ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କେଶବ ମାଧବ ସଂସ୍ଥାନ ପକ୍ଷରୁ ପାଳିତ ହେଲା ଗୋଷା ଷ୍ଟମୀ ବା ଗୋ ପୂଜନ କାର୍ଯ୍ୟକ୍ରମ l ଯୋଗ ଦେଲେ ମନ୍ତ୍ରୀ, ସାଂସଦ, ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ lପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ଗୋପାଷ୍ଟମୀ ପରିପେକ୍ଷିରେ ଶେରଗଡ ବ୍ଲକ ପିତଳ ପଞ୍ଚାୟତ ଅନ୍ତର୍ଗତ କରେଞ୍ଜେଇ ପୀଠରେ ଥିବା କେଶବ ସେବା ସଂସ୍ଥାନ ପକ୍ଷରୁ ଗୋପାଷ୍ଟମୀ ଉତ୍ସବ ପାଳନ ହୋଇଛି l ସଂସ୍ଥା ପକ୍ଷରୁ ଶହ ଶହ ଗାଇକୁ ସୁରକ୍ଷା ଦେବା ସହ ପ୍ରତେକ ଦିନ ଗୋମାତାଙ୍କ ସେବା କରାଯାଉଛି l
ତେବେ ଆଜି ଗୋପାଷ୍ଟମୀ ରେ ପ୍ରାତଃକାଳରୁ ଗୋମାତାଙ୍କୁ ସ୍ନାନ, ବସନ,ଜଳ, ଅକ୍ଷତ, ଶସ୍ୟ, ବସ୍ତ୍ର, ଭୋଗ ଏବଂ ଧୂପ ଆଦି ସହ ପୂଜା କରାଯାଇଥିଲା । ଏହି ଦିନ ଗୋପାଳକଙ୍କର ପୂଜା କରାଯିବାର ମଧ୍ୟ ବିଧି ରହିଛି । ବ୍ରଜ ସଂସ୍କୃତିରେ ଏହି ପର୍ବର ବିଶେଷ ମହତ୍ତ୍ୱ ରହିଛି । ଗୋମାତାଙ୍କ ରକ୍ଷା କରିଥିବା ହେତୁ ଭଗବାନ ଶ୍ରୀକୃଷ୍ଣଙ୍କ ନାମ ‘ଗୋବିନ୍ଦ’ ଗୋମାତାଙ୍କ ପୂଜା କରିବା ସହ ସେମାନଙ୍କୁ ଘାସ ଅର୍ପଣ କରିବା ପରେ ସେମାନଙ୍କ ଚାରିପାଖରେ ପରିକ୍ରମା କଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବିଶ୍ୱାସ ରହିଛି। ସନ୍ଧ୍ୟା ସମୟରେ ଗୋମାତାଙ୍କ ପାଦଧୂଳି ମସ୍ତକରେ ଲଗାଇଲେ ସୌଭାଗ୍ୟ ପ୍ରାପ୍ତି ହୁଏ । ଗୋବର, ଗୋ ମୃତ ଆମ ପାଇଁ ବହୁ ଉପକାରୀ ରହିଛି l
ଏହି ଗୋ ପୂଜନ ଉତ୍ସବରେ ରାଜ୍ୟ ବାଣିଜ୍ୟ ପରିବହନ ଇସ୍ପାତ ଓ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା, ସାଂସଦ ଅନିତା ଶୁଭଦର୍ଶନି ପଟ୍ଟନାୟକ, ଆସିକା ବିଧାୟକ ସରୋଜ ପାଢ଼ୀ, ଙ୍କ ସମେତ ଅନେକ ଗୋ ଭକ୍ତ ମାନେ ଯୋଗ ଦେଇ ଗୋ ପୂଜନ କରିଥିଲେ l