ଗଞ୍ଜାମ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଞ୍ଜାମ ଜିଲ୍ଲାରେ ଚାଲିଥିବା ବାଲି ଚୋରା ଚାଲାଣ ନିୟନ୍ତ୍ରଣ କରିବାକୁ ସରକାର ଏକ ଟାସ୍କ ଫୋର୍ସ ଗଠନ କରିବାକୁ ଦାବି କରିଛି ଲୋକଶକ୍ତି ଅଭିଯାନ। ଆଜି ହିଲ୍ ପାଟଣା ସ୍ଥିତ ବାସଭବନ ରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ଲୋକଶକ୍ତି ଅଭିଯାନ ନେତା ତଥା ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା। ଗଞ୍ଜାମ ଜିଲ୍ଲାର ଲାଇଫ ଲାଇନ ଋଷିକୂଲ୍ୟା ନଦୀ ଏବଂ ଏହାର ଶାଖା ନଦୀ ଗୁଡିକରୁ ବ୍ୟାପକ ଭାବେ ଚୋରା ବାଲି ଚାଲାଣ ଜିଲ୍ଲା ପ୍ରଶାସନ ର ଗୋଚରରେ ଜାରି ରହିଛି।ବାଲି ମାଫିଆ ଓ ଜିଲ୍ଲା ପ୍ରଶାସନର କିଛି ଅଧିକାରୀଙ୍କ ନ୍ୟସ୍ତ ସ୍ୱାର୍ଥ ପାଇଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ନଦୀରୁ ବେଆଇନ ବାଲି ପୋଡଶୀ ରାଜ୍ୟକୁ ଚାଲାଣ ହେଉଛି । ଯାହାଫଳରେ ନଦୀ ପ୍ରଦୂଷିତ ହେବା ସହିତ ନଦୀର ପାଣି ଧାରଣ କ୍ଷମତା ହ୍ରାସ ପାଉଛି । ରାଜ୍ୟ ସରକାର ଚୋରା ବାଲି ଚାଲାଣ ରୋକିବାକୁ ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଠନ କରିବାକୁ ଦାବି କରିଛନ୍ତି ଲୋକ ଶକ୍ତି ଅଭିଯାନ ନେତା ପ୍ରଫୁଲ୍ଲ ସାମନ୍ତରା।