ବିପ୍ଲବୀ ପରିକ୍ରମା ଡିଜିଟାଲ :- ଗଜପତିଙ୍କ ତାଗିଦ ସତ୍ତ୍ବେ ମାନୁନାହାନ୍ତି ଇସ୍କନ କର୍ତ୍ତୃପକ୍ଷ । ଆମେରିକାର ହ୍ୟୁଷ୍ଟନରେ ଗଡ଼ିଛି ଅଦିନିଆ ରଥ । ଇସ୍କନ ପକ୍ଷରୁ ଆୟୋଜିତ ଫେଷ୍ଟିଭାଲ ଅଫ୍ ବ୍ଲିସ କାର୍ଯ୍ୟକ୍ରମରେ ଗଡ଼ିଛି ରଥ । ରଥରେ ଯଦିଓ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରା ନଥିଲେ । କିନ୍ତୁ ଅବିକଳ ରଥ ତିଆରି କରି ଏହାକୁ ଟଣାଯାଇଛି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଚେତବାନୀ ସତ୍ତ୍ୱେ ହ୍ୟୁଷ୍ଟନରେ ରଥ ଟାଣି ଭକ୍ତଙ୍କୁ ଭାବାବେଗକୁ ଗଭୀର ଆଘାତ ଦେଇଛି ଇସ୍କନ। ଏପଟେ ହ୍ୟୁଷ୍ଟନରେ ଅଦିନିଆ ରଥଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କହିଛନ୍ତି, ପୂର୍ବରୁ ଏ ସମ୍ପର୍କରେ ଗଜପତି ମହାରାଜା ଓ ମନ୍ଦିର ପ୍ରଶାସନ ପକ୍ଷରୁ ଇସ୍କନକୁ ଚେତାବନୀ ଦିଆଯାଇଥିଲା। ଏବେ ପ୍ରଶାସନ ଓ ଗଜପତି ଯାହା ନିଷ୍ପତ୍ତି ନେବେ, ସରକାର ତାକୁ ସମର୍ଥନ ଦେବେ।