(ବିପ୍ଲବୀ ପରିକ୍ରମା ବ୍ୟୁରୋ);ପୋଲସରା ରେ ଦେୱାନୀ ଅଦାଲତ ର ନୂତନ ସ୍ଥାୟୀ କୋଠା ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ହାଇ କୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ଦେବବ୍ରତ ଦାସ ଯୋଗ ଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ |କୋର୍ଟ ନିର୍ମାଣ ଲାଗି ୫ କୋଟି ୮୫ ଲକ୍ଷ ଟଙ୍କାର ବ୍ୟୟଅଟକଳ ମଞ୍ଜୁରି କରାଯାଇଛି । କୋର୍ଟ କଚେରୀର ଦିର୍ଘ ଦିନର ସମସ୍ୟାକୁ ନେଇ ପୋଲସରା ଓ ଏହାର ଆଖପାଖ ଅଞ୍ଚଳର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ହେଲେ ଆଜିର ଏହି ବିଚାର ବିଭାଗୀୟ ନୂତନ କୋର୍ଟର ଭିର୍ତ୍ତିପ୍ରସ୍ତର ସ୍ଥାପନ ହେବା ପରେ ସ୍ଥାନୀୟ ବାରକାଉସିଲର ସମସ୍ତ ଆଇନଜୀବୀ ଓ ଜନସାଧାରଣଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ବିଚାରପତି ରୂପଶ୍ରୀ ଚୌଧୁରୀ, ବ୍ରହ୍ମପୁର ଏସପି ଶ୍ରବଣା ବିବେକ, ଗଞ୍ଜାମ ଏସପି ଜଗମୋହନ ମିନା, ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ |ଏହି ଅବସରରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସହିତ ଉଭୟ ବିଚାରପତିଙ୍କୁ ପୋଲସରା ଅଞ୍ଚଳବାସୀଙ୍କ ତରଫରୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା ।