ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବୁଧବାର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଗ୍ରାମାଞ୍ଚଳ) ଜୁଏଲ ପଟ୍ଟନାୟକଙ୍କ କୋର୍ଟରେ ହାଜର ହେଲେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ। ଶ୍ରୀ ପାଣିଗ୍ରାହୀ ଟାଟା କମ୍ପାନୀରେ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଚାରୋଟି ଠକେଇ ମାମଲାରେ ଆଜି ଚାର୍ଜଫ୍ରେମ୍ ହୋଇଛି। ଆଜି ସାଂସଦ ପାଣିଗ୍ରାହୀଙ୍କ ସହ ଆକାଶ ପାଠକ ଓ ତାଙ୍କ ବାପା ଅଭୟ ପାଠକ କୋର୍ଟ ହାଜର ହୋଇଛନ୍ତି।