ବିପ୍ଲବୀ ପରିକ୍ରମା ଡିଜିଟାଲ :- ବିଭିନ୍ନ ରାଜ୍ୟ ସହିତ ଓଡ଼ିଶାର ଥିବା ବିବାଦ ଗୁଡ଼ିକର ସମାଧାନ ପାଇଁ ଏକ ମନ୍ତ୍ରୀ ସ୍ତରୀୟ କମିଟି (Inter Ministerial Committee) ଗଠନ କରାଯିବ। ଆଜି ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି।ବୈଠକରେ ବିଭିନ୍ନ ଆନ୍ତଃ ରାଜ୍ୟ ବିବାଦ ସଂପର୍କରେ ବିଷଦ ଆଲୋଚନା କରାଯାଇଥିଲା। ପୋଲାଭରମ, ବଂଶଧାରା, ମହାନଦୀ, କୋଟିଆ ଆଦି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା।