ବିପ୍ଲବୀ ପରିକ୍ରମା ଡିଜିଟାଲ :- ମହାରାଷ୍ଟ୍ରରୁ ଆସି ଓଡିଶା ଜଙ୍ଗଲରେ କରୁଛି ବିଚରଣ ହେଲେ ଟେର ପାଉନି ବିଭାଗ , କେବଳ ବାଘ ଜନ୍ତୁକୁ ମାରି ଖାଇଲା ପରେ ସେଠାକୁ ଜାଇ ତିର ପାଦ ଚିହ୍ନକୁ ଆଧାର କରି ସନ୍ଧାନ ଜାରି ରଖିଛି କିନ୍ତୁ ଏଯାଏଁ କେହୀ ବାଘକୁ ଦେଖିନଥିଲେ ମଧ୍ୟ ମହାବଳ ଆନ୍ତକ ସୃଷ୍ଟି କରିଛି । ହେଲେ ବାଘ ଏବେ କେଉଁଠି ସ୍ବଷ୍ଟ କରିପାରିନି ଵନ ବିଭାଗ ।
ଏ ଜଙ୍ଗଲ ରୁ ସେ ଜଙ୍ଗଲ ବୁଲି ଖାଉଛି ମହାବଳ , ସେ ଗାଁ ହେଉକି ଜଙ୍ଗଲ, ପାଳିତ ପଶୁ ହେଉକି ଜଙ୍ଗଲ ଜନ୍ତୁ, ଜିଏ ପଡିଲା ସାମ୍ନାରେ ତାକୁ ମାରି ଖାଉଛି , ହଁ ଆଜ୍ଞା ଦିନକି ଦୁଇ ଦିନ ନୁହେଁ ଗୋଟିଏ ମାସ ହେଲା ଆତଙ୍କ ମଚାଉଛି ମହାବଳ, ଗାଁ ରୁ ଗାଁ ବୁଲି ଗୁହାଳରୂ ଘୋଷାଡି ଆଣି ଗୋରୁକୁ ଖାଉଛି, କେତେବେଳେ ଗାଇ ତ ଆଉ କେତେବେଳେ ଛେଳିକୁ ମାରି ଖାଉଛି ବାଘ , ଆଉ ଜଂଗଲୀ ଜନ୍ତୁ କଥା ଛାଡ଼ନ୍ତୁ , ତାର ବା ହିସାବ କିଏ ରଖୁଛି , ସେଥିପାଇଁ ତ ବନ ବିଭାଗର ନିଦ ହଜିଯାଇଛି ବାଘର ସୁରକ୍ଷା ସହ ଲୋକଙ୍କୁ ସଚେତନ କରାଇବା ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରି ତାର ଗତିବିଧି ଉପରେ ନଜର ରଖିଛି ବନବିଭାଗ। ବିଭିନ୍ନ ସ୍ଥାନରେ କର୍ମଚାରୀଙ୍କୁ ନିୟୋଜିତ କରାଇଛି।ତଥାପି ହେଲେ ବନ ବିଭାଗ ଏବେବି ବାଘ କେଉଁଠି ଅଛି ସ୍ବଷ୍ଟ କରିପାରୁନି l