ଆଜି ହେଉଛି ବିଶ୍ୱ ମଧୁମେହ ଦିବସ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆଜି ହେଉଛି ବିଶ୍ୱ ମଧୁମେହ ଦିବସ l ଆଜିର ସମୟରେ ମଧୁମେହ ଏକ ସାଧାରଣ ରୋଗ । ତେବେ ମଧୁମେହ ରୋଗକୁ ମାନବ ସ୍ବାସ୍ଥ୍ୟ ପାଇଁ ଏକ ଗୁରୁତର ବିପଦ ଭାବରେ ବିବେଚନା କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ମୁକାବିଲା ପାଇଁ ବହୁମୁଖୀ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି । ପ୍ରତିବର୍ଷ ୧୪ ନଭେମ୍ବର ବିଶ୍ୱ ମଧୁମେହ ଦିବସ ଭାବରେ ପାଳନ କରାଯାଏ l ଦୀର୍ଘ ଦିନ ଧରି ସ୍ବାସ୍ଥ୍ୟ କ୍ଷେତ୍ରରେ ମଧୁମେହ ରୋଗ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ରହିଆସିଛି । ୧୯୯୧ ମସିହାରେ ଅନ୍ତର୍ଜାତୀୟ ମଧୁମେହ ଫେଡେରେସନ୍ ଏବଂ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ଦ୍ବାରା ବିଶ୍ବ ମଧୁମେହ ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଯାହାଦ୍ବାରା ଲୋକମାନେ ଏହି ଗୁରୁତର ରୋଗ ପ୍ରତି ବଢୁଥିବା ଚିନ୍ତା ବିଷୟରେ ଅବଗତ ହେବେ । ୨୦୦୬ ମସିହାରେ ମିଳିତ ଜାତିସଂଘ ଏକ ସଂକଳ୍ପ ପାରିତ କଲା ଏବଂ ୧୪ ନଭେମ୍ବରକୁ ବିଶ୍ୱ ମଧୁମେହ ଦିବସ ରୂପେ ପାଳନ ପାଇଁ ସ୍ଥିର କଲା । ସେବେଠାରୁ ଏହାକୁ ଆନୁଷ୍ଠାନିକ ଭାବେ ମିଳିତ ଜାତିସଂଘ ଦିବସ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି ।

 

ତେବେ ବିଶ୍ବ ମଧୁମେହ ଦିବସ ହେଉଛି ବିଶ୍ବର ସବୁଠାରୁ ବଡ ମଧୁମେହ ସଚେତନତା ଅଭିଯାନ । ଏହି ଅଭିଯାନ ମାଧ୍ୟମରେ ୧୬୦ଟି ଦେଶରେ ୧ ବିଲିୟନରୁ ଅଧିକ ଲୋକଙ୍କୁ ମଧୁମେହ ବିଷୟରେ ସଚେତନ କରାଯାଇଛି । ବିଶ୍ବ ମଧୁମେହ ଦିବସର ଲକ୍ଷ୍ୟ ହେଉଛି ମଧୁମେହ ଉପରେ ଜନସାଧାରଣ ତଥା ରାଜନୈତିକ ଦୃଷ୍ଟି ଆକର୍ଷଣ କରି ବିଶ୍ବ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ଠୋସ୍ ପଦକ୍ଷେପ ନେବାକୁ ନୀତି ନିର୍ଣ୍ଣୟକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା

LEAVE A REPLY

Please enter your comment!
Please enter your name here