କେନ୍ଦୁଝର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ୨୦ ନଂ ଯାତୀୟ ରାଜପଥର ଦରଖୋଳା ଛକ ନିକଟରେ ଆଜି ଭୋର୍ ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣା ପଡିଛି। ଏକ ଟ୍ରକ ପଛରେ ଅନ୍ୟ ଏକ ଟ୍ରକ ଆସି ପିଟି ହେବାରୁ ଦୃର୍ଘଟଣା ଘଟି ଟ୍ରକ୍ ଡ୍ରାଇଭର କ୍ୟାବିନ ଭିତରେ ଚାପିହୋଇ ଗୁରୁତର ହୋଇଥିଲେ । ସୂଚନା ପାଇ ପୋଲିସ୍, ଘଟଗାଁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଞ୍ଚି ଚାପିହୋଇ ରହିଥିବା ଗୁରୁତର ଡ୍ରାଇଭରକୁ କଟର ସାହାଯ୍ୟରେ କଟାଯାଇ ଉଦ୍ଧାର କରି ହାଇୱେ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇଥିବା ସୂଚନା ରହିଛି।