କାଳୀ ପୂଜାକୁ ନେଇ କମିଶନରେଟ୍ ପୋଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି 

0

(ବିପ୍ଲବୀ ପରିକ୍ରମା ବ୍ୟୁରୋ);ଆସନ୍ତା କାଲିଠାରୁ ଆରମ୍ଭ ହେବ ମା କାଳୀଙ୍କ ପୂଜା। କଟକ ର ପାଖାପାଖି 80 ଟି ପୂଜା ମଣ୍ଡପରେ ପୂଜା ପାଇବେ ମା କାଳୀ । ଏହା ସହ ଆସନ୍ତା 15 ତାରିଖରେ ଅନୁଷ୍ଠିତ ହେବ କାଳୀଙ୍କ ଭସାଣୀ ଯାତ୍ରା । ଏଥିପାଇଁ କଟକ କମିଶନରେଟ୍ ପୋଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏଥିପାଇଁ କଟକ ଜବହାର ଲାଲ ଇଣ୍ଡୋର୍ ଷ୍ଟାଡିୟମ୍ ରେ ଏକ ପୋଲିସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ପୋଲିସ୍ ଅଧିକାରୀ ମାନଙ୍କର ସମେତ ସବୁ ଥାନାର ଅଧିକାରୀ ଓ ପୋଲିସ କର୍ମାରୀମାନେ ଉପସ୍ଥିତ ରହିଥିଲେ। ବିଶେଷ କରି ପୂଜା ସମୟରେ ଯେଭଳି ଶ୍ରଦ୍ଧାଳୁ ମାନେ ଠାକୁରଙ୍କ ଦର୍ଶନ ସୁରୁଖୁରୁରେ କରିବେ ଓ ଭସାଣି ସମୟରେ ଯେପରି ଶାନ୍ତି ଶୃଙ୍ଖଳା ର ସହ ମେଢ଼ ଯିବ ତାହାର ଉପରେ ଆଲୋଚନା କରାଯାଇଥିଲା। ବିଶେଷ କରି ସୁରକ୍ଷା ବ୍ୟବସ୍ଥା କୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ୍ ସମେତ 40 ରୁ 45 ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯିବ। ଭିଡ କୁ କିପରି ନିୟନ୍ତ୍ରଣ କରାଯିବ ତାହା ଉପରେ ଅଧିକ ଧ୍ୟାନ ଦିଆଯାଉଥିବା କଥା କହିଛନ୍ତି କଟକ ଡିସିପି। ଅନ୍ୟପଟେ ଜିଲ୍ଲା ପ୍ରଶାସନ , ପଲ୍ୟୁସନ୍ କଣ୍ଟ୍ରୋଲ ବୋର୍ଡ ସହଯୋଗ ରେ ପୋଲିସ ଏକ ମଲଟି ଡିଶିପ୍ଲିନାରି ସ୍କ୍ୱାର୍ଡ ମାଧ୍ୟମରେ ଅଣ ଗ୍ରିନ କ୍ରାକର ବାଣ ବିକ୍ରି ଉପରେ ନଜର ରଖିଛି । ଯଦି କେହି ପ୍ରଦୂଷଣ କାରୀ ବାଣ ବିକ୍ରି କରୁଥିବେ ତେବେ ତାକୁ ଜବତ୍ କରାଯିବ ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।

LEAVE A REPLY

Please enter your comment!
Please enter your name here