ପୁରୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆଜି କାର୍ତ୍ତିକ ପୂର୍ଣ୍ଣିମା । ଧର୍ମମାସ କାର୍ତ୍ତିକର ଶେଷ ଦିନ । ଆଜିର ଦିନରେ ବୋଇତ ବନ୍ଦାଣ ପରମ୍ପରା ରହିଛି । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜଳାଶୟରେ ଲୋକ ଡଙ୍ଗା ଭସାଇଛନ୍ତି ।ନଦୀ, ପୁଷ୍କରିଣୀରେ ଡଙ୍ଗା ଭସାଇଛନ୍ତି ଲୋକ । ପୂର୍ବରୁ ବୋଇତ ଯାତ୍ରାରେ ଦୂର ଦେଶକୁ ଯାଉଥିଲେ ସାଧବ ପୁଅ । ସେମାନଙ୍କର ଗୌରବମୟ ଗାଥାର ସ୍ମତି ଚାରଣ କରି ଆଜି ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଏ l ଆ..କା..ମା..ବୈ ଗୀତ ଗାଇ ବୋଇତ ବନ୍ଦାଣ କରି ଡଙ୍ଗା ଭସାଇଥିଲେ। ଅନ୍ୟପଟେ ଆଜି ସୁନା ବେଶରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିରରେ ସୁନାବେଶ ବା ରାଜାଧିରାଜ ବେଶରେ ଦର୍ଶନ ଦେବେ ନିଜ ଶ୍ରଦ୍ଧାଳୁ ମାନଙ୍କୁ l