(ବିପ୍ଲବୀ ପରିକ୍ରମା ବ୍ୟୁରୋ);ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦକ୍ଷିଣପୂର୍ବ ଏବଂ ପାର୍ଶ୍ବବର୍ତ୍ତୀ ଦକ୍ଷିଣପଶ୍ଚିମ ବଙ୍ଗୋପ ସାଗରର ଅଞ୍ଚଳରେ ଆସନ୍ତା ୧୫ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି । ଏ ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଦୀପାବଳି ପରେ ପରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ରାଜ୍ୟରେ ଲଘୁଚାପ ହେବାନେଇ ପୂର୍ବ ସୂଚନା ଆସୁଛି । ଆସନ୍ତା ସପ୍ତାହରେ ଅର୍ଥାତ ନଭେମ୍ବର ୧୫ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଫଳରେ ନଭେମ୍ବର ୧୬ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯିବ ପ୍ରବଳ ବର୍ଷା । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୧୩ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାକି ପରବର୍ତ୍ତୀ ସମୟରେ ଲଘୁଚାପରେ ପରିଣତ ହେବ । ଲଘୁଚାପର ରୂପ ନେବା ପରେ ତାହା ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଏହା କ୍ରମଶଃ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଫଳରେ ଓଡ଼ିଶାରେ ୧୬ ତାରିଖରୁ ପାଗରେ ପରିବର୍ତ୍ତନ ସହ ଦକ୍ଷିଣ ଓ ଉପକୂଳ ଓଡ଼ିଶା ବର୍ଷାରେ ପ୍ରବଳ ବର୍ଷା ହୋଇପାରେ । ତେବେ ଘୂର୍ଣ୍ଣିବଳୟ କ୍ରମେ ଅଧିକ ଘନିଭୂତ ହୋଇ ଲଘୁଚାପର ରୂପ ନେଇପାରେ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଓଡ଼ିଶା ପ୍ରତି କେତେ ପ୍ରଭାବ ରହିଛି ସେ ନେଇ ସ୍ପଷ୍ଟ କରିବ ପାଣିପାଗ ବିଭାଗ ।