ଛତ୍ରପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଉତ୍କଳୀୟ ପରମ୍ପରା ସାଙ୍ଗକୁ ସମୃଦ୍ଧ ନୌବାଣିଜ୍ୟ ପରମ୍ପରାକୁ ସ୍ମରଣ କରି ଆଜି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରରେ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ବୋଇତ ବନ୍ଧାଣ ଉତ୍ସବ ମହା ଆଡ଼ମ୍ବରରେ ପାଳନ ହୋଇଯାଇଛି । ଉତ୍କଳ ପ୍ରଦେଶର ଐତିହକୁ ସ୍ମରଣ କରି ଛତ୍ରପୁର ସହରରେ ବାଜା ବଜାଇ ବୋଇତକୁ ସହର ପରିକ୍ରମା କରାଇ ବୋଇତ ଉତ୍ସବ ପାଳନ କରାଯାଇଛି ।ଉତ୍କଳର ସାଧବ ପୁଅ ମାନେ ଦେଶ ବିଦେଶ ଯାତ୍ରା କରି ବାଣିଜ୍ୟ ବ୍ୟବସାୟ କରୁଥିଲେ, ଓଡିଶାକୁ ଅନେକ ବିଦେଶୀ ସାମଗ୍ରୀ ସହ ଅର୍ଥ ସୁନା ଅଳଙ୍କାର ଆଣୁଥିଲେ । ଆଉ ଆଜି ଏହାକୁ ମନେ ପକାଇ ଛତ୍ରପୁରରେ ତୈଳିକ ବୈଶ୍ୟ ସମାଜ ଏହି ପରମ୍ପରାକୁ ବେଶ ଧୁମ ଧାମରେ ପାଳନ କରିଛି । ସହ ସହ ବର୍ଷ ପୂର୍ବରୁ ସାଧବ ପୁଅ ମାନେ ବୋଇତ ଡ଼ଙ୍ଗାରେ ଓଡିଶାରୁ ଖାଦ୍ୟ ଶସ୍ୟ ବିଦେଶକୁ ନେଇ ବାଣିଜ୍ୟ ବ୍ୟବସାୟ କରୁଥିଲେ । ଆଉ ଉତ୍କଳର ଆର୍ଥିକ ସ୍ତରକୁ ବୃଦ୍ଧି କରିବାରେ ସହାୟକ ହେଉଥିଲେ । ଆଉ ଏହାକୁ ମନେ ପକାଇ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀରେ ଆଜି ସାରା ଦେଶ ଡ଼ଙ୍ଗା ଭସାଣ ଉତ୍ସବ ପାଳନ କରୁଛି l