ହୋହାଲ୍ଲା ରେ ସରିଲା ଗ୍ରାମ ସଭା

0

ବ୍ରାହ୍ମଣୀ ଗାଁ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରାହ୍ମଣୀଗାଁ ସ୍ତିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଆଜି ସରପଞ୍ଚ ସଂଯୁକ୍ତା ମଳିକଙ୍କ ନେତୃତ୍ବରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସାମାଜିକ ସମିକ୍ଷା ଗ୍ରାମସଭା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ନାଏବ ସରପଞ୍ଚ ହର୍ଷବର୍ଦ୍ଧନ ବସ୍ତିରାୟ, ଏଡିଓ ନିଥନୀୟଲ ଚାଲାନ ସେଠ୍ ଙ୍କ ସମେତ ୧୨ ଗୋଟି ୱାର୍ଡ଼ ର ୱାର୍ଡ଼ ମେମ୍ବର ଓ ଜନସାଧାରଣ ପ୍ରମୁଖ ସଭାରେ ଉପସ୍ଥିତ ଥିଲେ । ଏହି ବୈଠକ ରେ ୧୨ ଗୋଟି ୱାର୍ଡ଼ ର ୱାର୍ଡ଼ ମେମ୍ବର ମାନେ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଗୁଡ଼ିକ ବିଷୟ ରେ ଜନସାଧାରଣ ଙ୍କୁ ଅବଗତ କରାଇଥିବାବେଳେ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି ଯେ, ସରକାର ପଞ୍ଚାୟତ ର ବିକାଶ କ୍ଷେତ୍ର ରେ ଅର୍ଥ ଖର୍ଚ୍ଚ କରୁଥିବା ବେଳେ ଏଠି ବିକାଶ ର ନା ଗନ୍ଧ ନାଇ । ସେ ଇନ୍ଦିରା ଆବାସ ହେଉ ଅବା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା । କିଛି ମହିଳା ବାର୍ଦ୍ଧକ୍ୟ ଏବଂ ବିଧବା ଭତା ପାଇବା ପାଇଁ ପଞ୍ଚାୟତ ରୁ ବ୍ଲକ ପର୍ଯ୍ୟନ୍ତ ଧାଇଁ ଧାଇଁ ଅନେକ ଟଙ୍କା ଖର୍ଚ୍ଚ କରୁଥିବା ନେଇ ଅଭିଯୋଗ ଆଣିଛନ୍ତି କିନ୍ତୁ ଏଠି ବି ସେଇ ଏକା ଫଳ ଶୂନ । ଏଣୁ ଅଞ୍ଚଳବାସୀ ତୀବ୍ର ନିନ୍ଦା କରିବା ସହ ସଠିକ୍ ହିତାଧିକାରୀଙ୍କୁ ଚିହ୍ନଟ କରିବା ସହ ସରକାରୀ ଯୋଜନା ଗୁଡିକରେ ଅନ୍ତର୍ଭୁକ୍ତ କରି ସାଧାରଣ ଲୋକେ ଯେମିତି ଲାଭ ନେଇ ପାରିବେ ତା ଉପରେ ସଫଳ ରୂପାୟନ କିପରି ହେବ ସେଥି ପାଇଁ ମତ ରଖିଛନ୍ତି ।ଏହାକୁ ନେଇ ଆଜିର ଅନୁଷ୍ଠିତ ଗ୍ରାମ ସଭା ବୈଠକ ଟି ହୋହାଲ୍ଲା ରେ ଶେଷ ହୋଇଛି । ଏ ବିଷୟ ରେ ସରପଞ୍ଚ ଙ୍କ ମତାମତ ମିଳିପାରିନାହିଁ ।

 

LEAVE A REPLY

Please enter your comment!
Please enter your name here