ବିପ୍ଲବୀ ପରିକ୍ରମା ଡିଜିଟାଲ :- ଶୁକ୍ରବାର ରାତିରେ ଉତ୍ତରପ୍ରଦେଶର ଝାନ୍ସୀସ୍ଥିତ ମହାରାଣୀ ଲକ୍ଷ୍ମୀବାଈ ମେଡିକାଲ କଲେଜରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୧୦ ଶିଶୁଙ୍କ ମୃତ୍ୟୁ ଘଟିଛି। ହସ୍ପିଟାଲର ସ୍ବତନ୍ତ୍ର ନବଜାତ ଶିଶୁ ୱାର୍ଡରେ ଏହି ଅଗ୍ନିକାଣ୍ଡ ଘଟିବା ପରେ ରୋଗୀମାନେ ପ୍ରାଣ ବିକଳରେ ଡାକ୍ତରଖାନାରୁ ବାହାରକୁ ପଳାଇବାକୁ ଚେଷ୍ଟା କରିବାରୁ ଦଳାଚକଟା ସ୍ଥିତି ଉପୁଜିଥିଲା। ହସ୍ପିଟାଲରୁ ୩୭ ଜଣ ଶିଶୁଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ଅଛନ୍ତି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଏବଂ ଆହତମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଇଛି। ଘଟଣାସ୍ଥଳରେ ଜିଲ୍ଲାପାଳ, ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ଓ ପୁଲିସ ମହାନିରୀକ୍ଷକଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।