ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ଟାଉନ ହଲ ପରିସରରେ ଶନିବାର ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସଭାପତି ତଥା ବ୍ରହ୍ମପୁର ଅତରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଏସପି ଡ.ଶ୍ରବଣା ବିବେକ ଏମ ଯୋଗଦେଇଥିଲେ l
ଜାତୀୟ ପ୍ରେସ ଦିବସ ଅବସରରେ “ଗଣମାଧ୍ୟମ ପ୍ରକୃତି ପରିବର୍ତ୍ତନଶୀଳ” ଶୀର୍ଷକ ବିଷୟ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା l ସମ୍ପ୍ରତି ପରିବର୍ତ୍ତନଶୀଳ ଗଣମାଧ୍ୟମର ପ୍ରକୃତି ସମ୍ପର୍କରେ ଅତିଥିଗଣ ନିଜ ନିଜ ବକ୍ତବ୍ୟ ପଦାନ କରିଥିଲେ l
କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ଏବଂ ବ୍ରହ୍ମପୁର ପ୍ରେସ କ୍ଲବ ସଭାପତି ଅଶୋକ ବ୍ରହ୍ମା ପରିଚାଳନା କରିଥିବା ବେଳେ କ୍ଲବର ସମସ୍ତ ନିର୍ବାଚିତ ପ୍ରତିନିଧି ଯୋଗଦେଇଥିଲେ l
ଏହି ଅବସରରେ ବ୍ରହ୍ମପୁରର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଅଂଶଗ୍ରହଣ କରି ଜାତୀୟ ପ୍ରେସ ଦିବସକୁ ପାଳନ କରିଥିଲେ l