ରାଜ୍ୟରେ ଖୋଲିବ ଓମଫେଡର ୩ଟି ନୂଆ ଡାଏରୀ ପ୍ଲାଣ୍ଟ : ସମ୍ବଲପୁର, ଗଞ୍ଜାମ ଓ ବାଲେଶ୍ବର

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ରାଜ୍ୟରେ ଖୋଲିବ ଆଉ ୩ଟି ଓମଫେଡ଼ର ନୂଆ ଡାଏରୀ ପ୍ଲାଣ୍ଟ । ଓମ୍‌ଫେଡ ପ୍ରଡକ୍ଟର କ୍ବାଲିଟ ଓ କ୍ବାଣ୍ଟିଟରେ ସାଲିସ ହେବ ନାହିଁ । ସବୁକିଛି ସିସିଟିଭି ନଜରରେ ରହିବ । ସେହିପରି ଦୁଗ୍ଧ ଚାଷୀମାନଙ୍କ ପ୍ରୋତ୍ସାହନ ରାଶିକୁ ୫ରୁ ୭ ଦିନ ଦିଆଯିବ । ଏହାସହ ମାସେରୁ ୨ ମାସ ମଧ୍ୟରେ ପଞ୍ଚାୟତ ସ୍ତରରେ ଆହୁରି ୨୭ରୁ ୨୮ଟି କ୍ଷୀର ଧାରା କେନ୍ଦ୍ର ଖୋଲାଯିବ । ଆଜି ଓମଫେଡ୍ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବୈଠକ ପରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି ।ଓମ୍‌ଫେଡ଼ ସମୀକ୍ଷା ବୈଠକ ପରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, “ଆଗାମୀ ଦିନରେ ଓମ୍‌ଫେଡ଼କୁ ଆହିରି ସୁଦୃଢ଼ କରାଯିବ । ଓମ୍‌ଫେଡ଼ ପ୍ରଡକ୍ଟର କ୍ବାଲିଟ ଓ କ୍ବାଣ୍ଟିଟରେ ସାଲିସ ହେବ ନାହିଁ । ବିଭିନ୍ନ ଜାଗାରେ ଥିବା ଡାଏରୀ ପ୍ଲାଣ୍ଟ ଜଗିବ ସିସିଟିଭି । ଲୋକଙ୍କ ଆସ୍ଥା ବିଶ୍ବାସରେ ରହିଛି ଓମ୍‌ଫେଡ଼ । ବର୍ତ୍ତମାନ ଶ୍ରୀମନ୍ଦିରକୁ ଓମ୍‌ଫେଡ଼ ଘିଅ ସପ୍ଲାଏ ହେବା ଆରମ୍ଭ ହୋଇଛି । ଏହାସହ ଅନ୍ୟ ଦେବାଦେବୀ ମନ୍ଦିରରେ ମଧ୍ୟ ଓମ୍‌ଫେଡ଼ ପ୍ରଡକ୍ଟ ବ୍ୟବହାର କରିବା ପାଇଁ ଓମ୍‌ଫେଡ଼ ଏମଡି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଶ୍ରୀମନ୍ଦିରରେ ଦୈନିକ ୪ ଟନ୍ ଘିଅ ଆବଶ୍ୟକ ରହିଛି । ଓମ୍‌ଫେଡ଼ ଓରିଲୋ ପ୍ଲାଣ୍ଟର ଦୈନିକ ୮ରୁ ୧୦ ଟନ୍ ଘିଅ ଉତ୍ପାଦନ କ୍ଷମତା ରହିଛି । ଶ୍ରୀମନ୍ଦିରକୁ ରିହାତି ଦରରେ ଘିଅ ଯୋଗାଇ ଦିଆଯିବ । ଆବଶ୍ୟକ ହେଲେ ରାଜ୍ୟର ସବୁ ମନ୍ଦିରକୁ ଘିଅ ଯୋଗାଇ ଦିଆଯିବ । ଆଗାମୀ ଦିନରେ ସମ୍ବଲପୁର, ଗଞ୍ଜାମ ଓ ବାଲେଶ୍ବରରେ ଆଉ ୩ଟି ନୂଆ ଡାଏରୀ ପ୍ଲାଣ୍ଟ ଖୋଲିବା ପାଇଁ ଯୋଜନା ରହିଛି ।”

LEAVE A REPLY

Please enter your comment!
Please enter your name here