ଗଣ୍ଡଗୋଳ ଘଟଣା,୩୮ ଜଣଙ୍କ ନାମରେ ମାମଲା ରୁଜୁ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗେଟ୍ ବଜାରସ୍ଥିତ ଦୁଇ ହରିଜନ ସାହି ମଧ୍ୟରେ ଗଣ୍ଡୋଗଳ ଘଟଣାରେ ୩୮ଜଣ ଙ୍କ ନାମରେ ମାମଲା ରୁଜୁ କଲା ଟାଉନ୍ ଥାନା ପୋଲିସ । ଉଭୟ ପକ୍ଷର ଅଭିଯୋଗ କୁ ଭିତ୍ତି କରି ପୋଲିସ ଏହି ମାମଲା ରୁଜ୍ଜୁ କରୁଛି । ଏହା ସହିତ ଉଭୟ ଗୋଷ୍ଠୀର ୧୪ଜଣ ଙ୍କୁ ଗିରଫ କରିଛି ଟାଉନ୍ ଥାନା ପୋଲିସ।ସୂଚନା ଯୋଗ୍ୟ ଯେ ଫୁଟବଲ ଖେଳ ରୁ ପୂର୍ବ ଶତ୍ରୁତା କୁ ନେଇ ସାନ ହରିଜନ ସାହି ଓ ବଡ଼ ହରିଜନ ସାହି ମଧ୍ୟରେ ଢେଲା ପଥର ମାଡ ହୋଇଥିଲା ।ଏଥିରେ ଉଭୟ ଗୋଷ୍ଠୀର ୧୦ଜଣ ଆହତ ହୋଇଥିଲେ । ଯାହାଫଳରେ ଦୁଇ ସାହିରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାକୁ ନେଇ ପୋଲିସ ଦୁଇ ସାହିରେ ଫ୍ଲାଗ ମାର୍ଚ୍ଚ କରିବା ସହିତ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିଥିଲା। ପୋଲିସ ଦୁଇ ଗୋଷ୍ଠୀ ର ଅଭିଯୋଗ ରେ ୨ଟି ମାମଲା ରୁଜ୍ଜୁ କରି ୩୯ ଜଣ ଙ୍କୁ ପକ୍ଷଭୁକ୍ତ କରି ଘଟଣାର ତଦନ୍ତ କରୁଥିବା ବ୍ରହ୍ମପୁର ଏସ.ପି  ଡ଼ା .ସ୍ରବଣା ବିବେକ ଏମ୍ ସୂଚନା ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here