ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲରୁ ସିରିଜ୍ ମୋବାଇଲ ଚୋର ଗିରଫ,୩୪ଟି ଚୋରି ମୋବାଇଲ ଜବତ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ଏମକେସିଜି ମେଡିକାଲ ରୁ ଲଗାତାର ଭାବେ ଚୋରି କରୁଥିବା ମୋବାଇଲ ଚୋର କୁ ଗିରଫ କରିଛି ବୈଦ୍ୟନାଥପୂର୍ ଥାନା ପୋଲିସ । ତା’ନିକଟରୁ ୩୪ଟି ଚୋରି ମୋବାଇଲ କୁ ଜବତ କରିଛି ପୋଲିସ। ଗିରଫ ଯୁବକ ଜଣକ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣାପୁର ଗ୍ରାମର ଏଲ୍ ଶିବା ରେଡ୍ଡୀ। ଶିବା ଏମକେସିଜି ହସ୍ପିଟାଲ ର ଶିଶୁ ବିଭାଗ କୋଠା ରୁ ଜଣେ ସମ୍ପର୍କୀୟ ଙ୍କ ମୋବାଇଲ ଚୋରି କରୁଥିବା ବେଳେ ପୋଲିସ ହାତରେ ଧରା ପଡ଼ିଥିଲା । ଶିବା ବିଭିନ୍ନ ସମୟରେ ଏମକେସିଜି ହସ୍ପିଟାଲର ବିଭିନ୍ନ ବିଭାଗ କୋଠରୀରୁ ରୋଗି ଓ ତାଙ୍କ ସମ୍ପର୍କୀୟ ଙ୍କ ମୋବାଇଲ ଚୋରି କରି ନେଉଥିଲା । ଚୋରି କରିବା ପରେ ସେହି ମୋବାଇଲ ଗୁଡ଼ିକୁ ମେଡିକାଲ୍ କଲେଜ ଖେଳ ପଡିଆ ନିକଟରେ କମ୍ ଦରରେ ବିକ୍ରୟ କରୁଥିଲା ବୋଲି ବ୍ରହ୍ମପୁର ଏସ ପି ଡ଼ା, ଶ୍ରବଣା ବିବେକ ଏମ୍ ସୂଚନା ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here