ଆଜିଠୁ ବନ୍ଦ ରହିବ ସମସ୍ତ ସ୍କୁଲ : ଅନଲାଇନରେ ଚାଲିବ ପାଠପଢା

0

ନୂଆଦିଲ୍ଲୀ ( ବିପ୍ଲବୀ ପରିକ୍ରମା ):- ଆଜିଠୁ ବନ୍ଦ ରହିବ ସମସ୍ତ ସ୍କୁଲ । ଅନଲାଇନରେ ପାଠପଢା ଜାରି ରହିବ । ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଏହି ଶୁଣାଣିରେ କୋର୍ଟ ସରକାରଙ୍କୁ କଡ଼ା ନିନ୍ଦା କରିଛନ୍ତି । ଦିଲ୍ଲୀ ସରକାର ରବିବାର ଦିନ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ କରିବା ଏବଂ ଅନଲାଇନ କ୍ଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାର ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କୁ ସ୍କୁଲ ଯିବା ନେଇ କୌଣସି ପ୍ରତିବନ୍ଧକ ଲଗାଇ ନାହାନ୍ତି । ହେଲେ କୋର୍ଟଙ୍କ ନିର୍ଦ୍ଦେଶ ପରେ ସୋମବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆତିଶୀ କହିଛନ୍ତି ଯେ, ସହରରେ ପ୍ରଦୂଷଣ ମାତ୍ରା ବଢୁଥିବାରୁ ୧୦ମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସ ଅନଲାଇନ ମାଧ୍ୟମରେ କରାଯିବ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶି ଟ୍ୱିଟରରେ ଏକ ପୋଷ୍ଟରେ କହିଛନ୍ତି ଯେ, ଆସନ୍ତାକାଲି ଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ଫିଜିକାଲ କ୍ଲାସ ମଧ୍ୟ ସ୍ଥଗିତ ରଖାଯାଇଛି ଏବଂ ସମସ୍ତ ପାଠ ପଢା ଅନଲାଇନରେ କରାଯିବ।

LEAVE A REPLY

Please enter your comment!
Please enter your name here