ବଡ଼ବିଲ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ସରକାରଙ୍କ ପକ୍ଷରୁ ଅବୈଧ ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର, ବିକ୍ରି ଉପରେ କଟକଣା ରହିଛି। ଏ ସମ୍ପର୍କରେ ବଡବିଲ ପୌର ପାଳିକା ପକ୍ଷରୁ ସହର ମଧ୍ୟରେ ଏହିସବୁ ଜିନିଷ ବ୍ୟବହାର ତଥା ବିକ୍ରି ପାଇଁ ବାରଣ କରିବାକୁ ପୂର୍ବରୁ ପ୍ରଚାର କରା ଯାଇଥିଲା।
ମାତ୍ର ଅତ୍ୟାବଧି ବଡବିଲ ସହର ମଧ୍ୟରେ ପ୍ଲାଷ୍ଟିକ ସାମଗ୍ରୀ ବିକ୍ରି ଚାଲୁଥିବା ଖବର ପାଇ ବଡବିଲ ପୌର ନିର୍ବାହୀ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକଙ୍କ ନେତୃତ୍ବରେ ପୌରପାଳିକାର ଟିମ୍ ମଙ୍ଗଳବାର ଅପରାହ୍ନରୁ ବଡବିଲ ସହରର ମାର୍କେଟ ଅଞ୍ଚଳରେ ଥିବା ପ୍ରାୟ ସମସ୍ତ ଦୋକାନ ଗୁଡ଼ିକରେ ଚଢାଉ କରି ବିପୁଳ ପରିମାଣରେ ଅବୈଧ ପଲିଥିନ,ପ୍ଲାଷ୍ଟିକ ଗ୍ଲାସ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବା ସହ ଏହି କାରବାର କରୁଥିବା ବ୍ୟବସାୟୀ ମାନଙ୍କୁ ଚେତାବନୀ ଦିଆଯାଇଛି l
ଯଦି ଆଗକୁ କୌଣସି ଦୋକାନୀ, ବ୍ୟବସାୟୀ ବା ଜନ ସାଧାରଣ ଏହି ଅବୈଧ ପ୍ଲାଷ୍ଟିକ ସାମଗ୍ରୀ ବିକ୍ରି ବା ବ୍ୟବହାର କରନ୍ତି ହେଲେ ମୋଟା ଅଙ୍କର ଜରିମାନା ଆଦାୟ ସହ ଦୃଢ଼ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ପୌରପାଳିକା ପକ୍ଷରୁ ଜଣାଇ ଦିଆ ଯାଇଛି।