ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପାଳନ ନିମନ୍ତେ ଏବେ ଘନ ଘନ ଏମକେସିଜି ଗସ୍ତ କରୁଛନ୍ତି ଵ୍ରହ୍ମପୁର ବିଧାୟକ କେ.ଅନିଲ କୁମାର। ସୂଚନା ପ୍ରକାରେ, ଦିନକୁ ଦିନ ଵ୍ରହ୍ମପୁର ବଡ଼ ମେଡିକାଲରେ ରୋଗୀ ମାନଙ୍କ ଚିକିତ୍ସା ଠାରୁ ଆରମ୍ଭ କରି ବ୍ଲଡ ବ୍ୟାଙ୍କରେ ଦେଖା ଯାଉଥିବା ସମସ୍ୟା ,ଆମ୍ବୁଲାନ୍ସ ସେବାରେ ସମସ୍ୟା ଏହିପରି ପ୍ରତିଦିନ ରୋଗୀ ମାନେ ବିଭିନ୍ନ ସ୍ଥାନରୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଆସି ବିଭିନ୍ନ ସମସ୍ୟର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ ପରେ ଵ୍ରହ୍ମପୁର ବିଧାୟକ ଦେଖାଇଛନ୍ତି ତତ୍ପରତା। ବାରମ୍ବାର ଗସ୍ତ କରି ମେଡିକାଲ ଡାକ୍ତର ଓ ଅଧିକାରୀଙ୍କୁ ନେଇ କରୁଛନ୍ତି ବୈଠକ ।ଏହି ପରିପ୍ରେକ୍ଷୀରେ ସୋମବାର ଓ ମଙ୍ଗଳବାର ଲଗାତାର ଦୁଇ ଦିନ ଏମକେସିଜି ଗସ୍ତ କରି ସମାଧାନ ନିମନ୍ତେ କତୃପକ୍ଷଙ୍କ ସହଆଲୋଚନା କରିବା ପରେ ଅଚାନକ mkcg ବ୍ଲଡ଼ ବ୍ୟାଙ୍କ, କାଜୁଅଲଟି, ବିଭାଗ ଗସ୍ତ କରି ରୋଗୀଙ୍କ ସମସ୍ୟା ବୁଝିବା ସହ କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କୁ ତାଗିତ କରିଥିଲେ ଓ ଏହି ଗସ୍ତ ସମୟରେ, କାଜୁଅଲଟି ମେନେଜେରଙ୍କ କାର୍ଯାଳୟ ବନ୍ଦ ଥିବା ଦେଖି ପ୍ରତିକ୍ରିୟା ପ୍ରକାଶ କରିଥିଲେ।