ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଦରବୃଦ୍ଧି ବିରୋଧରେ ଗଂଜାମ ଜିଲ୍ଲା ସିପିଏମ ପକ୍ଷରୁ ଏମକେସିଜି ମେଡିକାଲ ସମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି . ପେଟ୍ରୋଲିୟମ ପଦାର୍ଥରୁ ସରକାର ଟିକସ ଆକାରରେ 3ଲକ୍ଷ 50 ହଜାର କୋଟି ଆଦାୟ କରିବା ଯୋଗୁ ପରିବହନ ଖର୍ଚ୍ଚ ବଢୁଛି ।ତେଣୁ ସବୁ ଜିନିଷର ଦାମ ବଢୁଛି।ସେହିଭଳି ସରକାର ଔଷଧ କମ୍ପାନୀ ଗୁଡିକୁ ଲାଭଦେବା ପାଇଁ କେତେକ ଔଷଧର ଦାମ 50 ପତିଶତ ବୃଦ୍ଧି କରିବା ଓ ଅତ୍ୟଧିକ GST ଯୋଗୁଁ ଔଷଧ ଗୁଡ଼ିକର ଦର ବୃଦ୍ଧି ପାଇଛି। ସେଭଳି ଖାଦ୍ୟ ସାମଗ୍ରୀ ଓ ଅତ୍ୟାବଶ୍ୟକକୀୟ ସାମଗ୍ରୀ ଉପରୁ ସରକାରୀ ନିୟନ୍ତ୍ରଣ ହଟିବା ଯୋଗୁଁ ବଡ କମ୍ପାନୀ ଗୁଡ଼ିକ ମନଇଚ୍ଛା ଗ୍ରାହକଙ୍କୁ ଲୁଟୁଛନ୍ତି। ତେଣୁ ଦରବୃଦ୍ଧି ପାଇଁ ସରକାର ସମ୍ପୂର୍ଣ୍ଣ ଦାୟୀ। ସରକାର କେବଳ ପ୍ରଚାର ନ କରି ଦର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବା ପାଇଁ ପାର୍ଟି ପକ୍ଷରୁ ଦାବୀ କରାଯାଇଛି।ଦର ବୃଦ୍ଧି ନିୟନ୍ତ୍ରଣ ପର୍ଯ୍ୟନ୍ତ ପାର୍ଟି ପକ୍ଷରୁ ପ୍ରତିବାଦ କାର୍ଯ୍ୟକ୍ରମ ଜାରୀରହିବ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି। ମଙ୍ଗଳବାର ଦିନ ଅନୁଷ୍ଠିତ ପ୍ରତିବାଦ ସଭାରେ ସିପିଏମ ର ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ l