ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):-:ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ବନାଞ୍ଚଳ ୫୩ ନମ୍ବର୍ ରାଜ୍ଯ ରାଜପଥର ଠାକୁରମୁଣ୍ଡା-କରଞ୍ଜିଆକୁ ସଂଯୋଗ କରୁଥିବା ରାସ୍ତାର ଚମକପୁର ବାଙ୍କ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଏକ ଜଙ୍ଗଲି ବାରହା ର ମୃତ୍ୟୁ ହୋଇଥିବାର ଜଣାଯାଉଛି। ଭୋର ସମୟରେ କିଛି ଯୁବକ ମର୍ଣିଗ ୱାର୍କ କରିବା ପାଇଁ ଜୁଆଳିକଟା ଛକ ଆଡ଼କୁ ଯାଉଥିବା ବେଳେ ରାସ୍ତା କଡ଼ରେ ଏକ ବାରହା ପଡ଼ି ଥିବା ଦେଖି ପାଖକୁ ଯାଇ ଦେଖିବା ପରେ ବରାହ ଟି ମୃତ ବୋଲି ଜାଣିବାକୁ ପାଇଲେ । ସଙ୍ଗେସଙ୍ଗେ ଠାକୁରମୁଣ୍ଡା ବନାଞ୍ଚଳ କୁ ସୂଚନା ଦେଇଥିଲେ,ଘଟଣା ସ୍ଥଳରେ ଠାକୁରମୁଣ୍ଡା ବନାଞ୍ଚଳ ବିଭାଗର କର୍ମଚାରୀ ମାନେ ପହଞ୍ଚି ମୃତ ବରାହକୁ ବନାଞ୍ଚଳ କାର୍ଯ୍ୟାଳୟ କୁ ଆଣିଥିଲେ। ବାରହା ଟିର ଓଜନ ୧୫୦ କିଲୋଗ୍ରାମ ରୁ ଉର୍ଦ୍ଧ ହେବ ବୋଲି ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ କିଶୋର କୁମାର ପାଣିଗ୍ରାହୀ ସୁଚନା ଦେଇଛନ୍ତି। ତେବେ ବାରିପଦା ଆରସିସିଏଫ ଖବର ପାଇ ବାରହା ଟିକୁ ଶିମିଳିପାଳ ଅଭୟାରଣ୍ୟ ନେବାକୁ କହିବା ପରେ ଠାକୁରମୁଣ୍ଡା ଶିମିଳିପାଳ ଵନ୍ୟପ୍ରାଣି ବନାଞ୍ଚଳ ଅଧିକାରୀ ଦୁର୍ଗା ଚରଣ ବାସ୍କେ ମୃତ ବରାହ ଟିକୁ ଶିମିଳିପାଳ ଅଭୟାରଣ୍ୟକୁ ନେଇଯାଇଥିବା ବନବିଭାଗ ପକ୍ଷରୁ ସୁଚନା ମିଳିଛି। ଅନ୍ୟ ପଟେ ଠାକୁରମୁଣ୍ଡା ବନାଞ୍ଚଳ ଜଙ୍ଗଲରେ ବାରହା ସଂଖ୍ୟା ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଉଛି। ବର୍ତ୍ତମାନ୍ ବିଲରେ ପାଚିଲା ଧାନ ଥିବାରୁ ବରାହ ମାନେ ବିଲରେ ପଷି ଧାନ ଖାଇ ଫସଲ ପଲ ନଷ୍ଟ କରୁଥିବାରୁ ଚାଷୀମାନେ ଏହାପ୍ରତି ଦୃଷ୍ଟି ଦେବାକୁ ବନ ବିଭାଗ ପାଖରେ ଦାବୀ କରିଛନ୍ତି।