ବିଶ୍ୱ ମତ୍ସ୍ୟ ଦିବସ ପାଳିତ

0

ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁନିୟନ ଗ୍ରାମୀଣ ଆତ୍ମ ନିର୍ଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ର କନଫେରନ୍ସ ହଲ ଠାରେ ବିଶ୍ୱ ମତ୍ସ୍ୟ ଦିବସ ପାଳିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ,ଜିଲ୍ଲା ମୁଖ୍ୟ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ସୁଶାନ୍ତ ରଞ୍ଜନ ଦାଶ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ତୁଷାର ରଞ୍ଜନ ସାହୁ, ଜିଲ୍ଲା ମତ୍ସ୍ୟ ଅଧିକାରିଣୀ ଲିସା ବେହେରା,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏ ରାମ.ପ୍ରସାଦ, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ସୁରେଶ ପଟ୍ଟନାୟକ ଲିଡ଼ ବ୍ୟାଙ୍କ ମେନେଜର ମହେଶ୍ୱର ମଣ୍ଡଳ,ସି ୟୁ ଟି ଏମ୍ ର ଡୀନ୍ ସମ୍ବିତ ସ୍ୱାଇଁ ପ୍ରମୁଖ ମଞ୍ଚାସିନ ଥିଲେ।ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା।ରାୟଗଡ଼ ବ୍ଳକ ମତ୍ସ୍ୟ ଅଧିକାରୀ କିଶୋର ଚନ୍ଦ୍ର ପତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଦିବସର ମୂଳ ଲକ୍ଷ୍ୟ ହେଲା ଜଳ ସମ୍ପଦର ସୁରକ୍ଷା, ମତ୍ସ୍ୟଜୀବୀଙ୍କ ଆୟ ବୃଦ୍ଧି, ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା ଏହି ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ସଫଳ ମତ୍ସ୍ୟ ଚାଷୀଙ୍କୁ ଉତ୍ସ।ହିତ କରିବା ପାଇଁ ପୁରସ୍କାର ଉପଢୌକନ ଓ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଳକର ମତ୍ସ୍ୟ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ଉପସ୍ଥିତ ରହି ନିଜର ସମସ୍ୟା ଉପରେ ପଚାରି ବୁଝିଥିଲେ।ଏହି କାର୍ଯ୍ୟକ୍ରମକୁ ଗୁମ୍ମା ମତ୍ସ୍ୟ ଅଧିକାରୀ ଶ୍ରୀ ଗିରିଧାରୀ ପରିଚାଳନା କରିଥିବାବେଳେ ବିଭାଗର କର୍ମଚାରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ।ଶେଷରେ ରାୟଗଡ ବ୍ଳକର ମତ୍ସ୍ୟ ଅଧିକାରୀ କିଶୋର ଚନ୍ଦ୍ର ପତି ଧନ୍ୟବାଦ ଅର୍ପଣ କରିଥିଲେ।

 

LEAVE A REPLY

Please enter your comment!
Please enter your name here