ଭୁବନେଶ୍ବରରେ ବିଗିଡ଼ିଲାଣି ବାୟୁର ମାନ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଦିଲ୍ଲୀରେ ଚିନ୍ତା ବଢାଇଛି ବାୟୁ ପ୍ରଦୂଷଣ,ଦିନକୁ ଦିନ ବାୟୁର ଗୁଣବତ୍ତା ହ୍ରାସ ପାଇବାରେ ଲାଗିଛି l ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ହେଉଛନ୍ତି ଦିଲ୍ଲୀବାସୀ । ଚାରିଆଡ଼େ ଧୂଆଁ ଧୂଆଁ, ପ୍ରଦୂଷିତ କୁହୁଡ଼ି ଭଳି ଆସ୍ତରଣ । ତେବେ ଅନଲାଇନ୍ କମ୍ୟୁନିଟି ପ୍ଲାଟଫର୍ମ ଲୋକାଲ୍ ସର୍କଲ୍ସ ଦ୍ୱାରା କରାଯାଇଥିବା ଏହି ସର୍ଭେରେ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ତର ବୃଦ୍ଧି ହେବା ଫଳର ଗୁରୁତର ସ୍ୱାସ୍ଥ୍ୟଗତ ପ୍ରଭାବ ଦର୍ଶାଯାଇଛି । ଯେଉଁଠାରେ ବାୟୁ ଗୁଣବତ୍ତା ‘ଗୁରୁତର’ ବର୍ଗରେ ରହିଛି । ଦିଲ୍ଲୀ, ଗୁରୁଗ୍ରାମ, ନୋଏଡା, ଫରିଦାବାଦ ଏବଂ ଗାଜିଆବାଦର ୨୧ହଜାରରୁ ଅଧିକ ଲୋକଙ୍କୁ ନେଇ ଏହି ସର୍ଭେରେ ସାମିଲ୍ କରାଯାଇଥିଲା । ସେଥିମଧ୍ୟରୁ ୬୩% ପୁରୁଷ ଏବଂ ୩୭% ମହିଳା ଥିଲେ । ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ ୫୮% ପରିବାରର ଲୋକ ମୁଣ୍ଡବିନ୍ଧା ଅନୁଭବ କରୁଛନ୍ତି । ଅର୍ଦ୍ଧେକ ସଦସ୍ୟଙ୍କର ଶ୍ୱାସକ୍ରିୟାରେ ଅସୁବିଧା କିମ୍ବା ଅଛି ଅଥବା ସେମାନେ ଆଜମା ରୋଗରେ ପୀଡିତ । ଅନ୍ୟମାନେ ଖାଦ୍ୟପେୟ ପରିବର୍ତ୍ତନ ମାଧ୍ୟମରେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଧ୍ୟାନ ଦେଇଛନ୍ତି ।

ସୋମବାର ଗ୍ରେପ୍-୪ କଟକଣା ଲାଗୁ ହୋଇଥିବା ବେଳେ ୫୦ ପ୍ରତିଶତ ସରକାରୀ କର୍ମଚାରୀଙ୍କୁ ୱାର୍କ ଫ୍ରମ୍‌ ହୋମ୍‌ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି l ୩୭୧ AQI ସହ ଦିଲ୍ଲୀ ଆଜି ଦେଶର ସବୁଠୁ ପ୍ରଦୂଷିତ ସହର ରହିଛି । ଏୟାର କ୍ବାଲିଟି ଇଣ୍ଡେକ୍ସ ବା ବାୟୁର ମାନ ସୂଚକାଙ୍କ ରହିଛି ୩୭୧, ଯାହାକି ଅତି ନିମ୍ନମାନର । ଏହା ପୂର୍ବରୁ ଏକ ସପ୍ତାହ ଧରି ସିଭିୟର୍ ବା ଭୀଷଣ AQI ପ୍ରଦୂଷଣ ବର୍ଗରେ ରହିଥିଲା ଦିଲ୍ଲୀ । କେବଳ ଦିଲ୍ଲୀ ନୁହେଁ, ଲକ୍ଷ୍ନୌ ଓ ପାଟନାର ବାୟୁର ମାନ ବି ଉଦବେଗଜନକ ରହିଛି ।

ଅନ୍ୟପଟେ ଭୁବନେଶ୍ବରରେ ରହିଛି ମଡରେଟ୍ ବା ମଧ୍ୟମ ଧରଣର ବାୟୁର ମାନ। ଭୁବନେଶ୍ବରର AQI ରହିଛି ୧୭୧ । ସୂଚନା ଅନୁସାରେ, ବାୟୁର ମାନ ୧୫୧ ରୁ ୨ଶହ ମଧ୍ୟରେ ରହିଲେ ଏହା ରେଡ୍ କାଟାଗୋରି ଅନ୍ତର୍ଭୁକ୍ତ ଏବଂ ଶରୀର ପ୍ରତି ଅସ୍ବାସ୍ଥ୍ୟକର। ଫଳରେ ଦିଲ୍ଲୀ ମୁହାଁ ହେବାରେ ଲାଗିଛି ଭୁବନେଶ୍ୱରର l

LEAVE A REPLY

Please enter your comment!
Please enter your name here