ନୂଆପଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ଶୁକ୍ରବାରଠାରୁ ନୂଆପଡ଼ା ଜିଲ୍ଲାରେ ଧାନ ସଂଗ୍ରହ କୁ ବିଧିବଦ୍ଧ ଭାବେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଶୁଭ ଉଦଘାଟନ କରିଛନ୍ତି । କୋମନା ବ୍ଲକ ତରବୋଡ ମଣ୍ଡି ରୁ ପ୍ରଥମ କରି ଧାନ ସଂଗ୍ରହ ଆରମ୍ଭ ହୋଇଥିବା ବେଳେ କଟଣି ଛଟଣିକୁ ବନ୍ଦ କରି ଚାଷୀଙ୍କୁ ସେମାନଙ୍କ ଫସଲର ଉଚିତ ମୂଲ୍ୟ ପ୍ରଦାନ ଓ ଦଲାଲି ମୁକ୍ତ କରି ଚାଷୀ ଙ୍କ ସମସ୍ତ ପ୍ରକାର ସହାୟତା କରି ଚାଷୀ ଙ୍କୁ ସମ୍ମାନ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଚଳିତ ବର୍ଷ ଜିଲ୍ଲାରେ ୭୭ ଗୋଟି ମଣ୍ଡି ରୁ ୩୧ ଗୋଟି ମିଲର ୧୭ ଲକ୍ଷ ୮୭ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ର ଲକ୍ଷ ଧାର୍ଯ୍ୟ ରଖାଯାଇଛି । ଚାଷୀ ମାନେ କୌଣସି ପ୍ରକାର ରେ ଶୋଷଣ ର ଶିକାର ନହେବେ ସେଥିପାଇଁ ସମସ୍ତ ମଣ୍ଡି ରେ ସିସିଟିଭି କ୍ୟାମେରା ର ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରେ ସମସ୍ତ ମଣ୍ଡି ରେ ଅଧିକାରୀ ମାନେ ତନତନ ତଦାରଖ କରି ଚାଷୀ ଙ୍କୁ ସହଯୋଗ କରାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି । ଅପରପକ୍ଷରେ ପ୍ରଥମ ଥର ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ରାଜ୍ୟ ସରକାର ଅତିରିକ୍ତ ୮୦୦ ଟଙ୍କା ବୋନସ ସହ ମୋଟ ୩୧୦୦ ଟଙ୍କା ଦେବାକୁ ଘୋଷଣା କରିଥିବାରୁ ଚାଷୀ ଙ୍କ ମନ ରେ ଖୁସି ର ଲହରୀ ଖେଳି ଯାଇଛି । ହେଲେ ଦୁଇ ଗୋଟି ପର୍ଯ୍ୟାୟ ରେ ଟଙ୍କା ପଇଠ କୁ ନେଇ ମନରେ ଟିକେ ସନ୍ଦେହ ରହୁଥିବା ଚାଷୀ ମାନେ ପ୍ରକାଶ କରିଚ୍ଚନ୍ତି । ଅପରପକ୍ଷରେ ଚାଷୀ ମାନେ ଯେଉଁ ସନ୍ଦେହ କରୁଛନ୍ତି ସେଥିପ୍ରତି ଜିଲ୍ଲାପ୍ରଶାସନ ସହ ରାଜ୍ୟ ସରକାର ଉଚିତ ପଦକ୍ଷେପ ନେଇସାରିଛନ୍ତି, ଚଳିତ ବର୍ଷ ଚାଷୀ ସୁରୁଖୁରୁ ରେ ଧାନ ବିକ୍ରି କରି ଉଚିତ ପାଉଣା ପାଇବେ ବୋଲି ଚାଷିନେତା ମାନେ କହିଛନ୍ତି ।