ଓଡ଼ିଶା ପର୍ବ ୨୦୨୪ରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି

0

ନୂଆଦିଲ୍ଲୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଦିଲ୍ଲୀ ସ୍ଥିତ ସ୍ଥାନୀୟ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ତିନି ଦିନିଆ ଓଡ଼ିଶା ପର୍ବ ୨୦୨୪ରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି lଓଡ଼ିଶା ପର୍ବରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ପର୍ବରେ ସାମିଲ ହେବା ସମୟରେ ପ୍ରଧାନମନ୍ତ୍ରୀଙ୍କୁ ପାରମ୍ପାରିକ ବାଦ୍ୟ ଯନ୍ତ୍ର ବଜାଇ ଶାସ୍ତ୍ରୀୟ ସଙ୍ଗୀତ ସହିତ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ସହିତ ବିଭିନ୍ନ ଷ୍ଟଲ ବୁଲିବା ସହିତ ଚା’ ପିଇଥିଲେ ।

 

ଓଡ଼ିଶା ପର୍ବକୁ ଆସି ଗର୍ବିତ ବୋଲି କହିଲେ ପ୍ରଧାନମନ୍ତ୍ରୀ । “ସ୍ୱାଧୀନତା ଆନ୍ଦୋଳନରେ ଓଡ଼ିଆ ବୀରଙ୍କ ଅବଦାନ ଅନେକ । ପାଇକ ବିଦ୍ରୋହ ଏହାର ଏକ ଉଦାହରଣ । ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି, ଏହା ଗର୍ବର ବିଷୟ । ୨୦୩୬ରେ ଓଡ଼ିଶା ରାଜ୍ୟ ସ୍ଥାପନର ୧୦୦ ବର୍ଷ ପୂର୍ତ୍ତି ପାଳିବ । ଦିନ ଥିଲା ପୂର୍ବ ଭାରତକୁ ପଛୁଆ ମନେ କରାଯାଉଥିଲା । ମୁଁ କିନ୍ତୁ ପୂର୍ବ ଭାରତକୁ ବିକାଶର ଇଞ୍ଜିନ୍ ମନେ କରି ଗତବର୍ଷ ଅପେକ୍ଷା ଏଥର ଓଡ଼ିଶାକୁ ୩୦% ଅଧିକ ବଜେଟ୍ ଦିଆଯାଇଛି,” ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

 

ତେବେ ଶୁଭାରମ୍ଭରେ ଶୁକ୍ରବାର ସାମିଲ ହୋଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ଦ୍ୱିତୀୟ ଦିନରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l କାର୍ଯ୍ୟକ୍ରମର ଆରମ୍ଭ ଦିନରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆସନ୍ତା ୨୮ ଏବଂ ୨୯ ଜାନୁଆରୀ – ୨୦୨୫ରେ ଭୁବନେଶ୍ବର ଠାରେ ‘ଉତ୍କର୍ଷ ଓଡ଼ିଶା ସମ୍ମିଳନୀ’ ଆୟୋଜନ ହେବାକୁ ଯାଉଛି । ଏଥିରେ ବିଶ୍ଵର ବଡ ବଡ କମ୍ପାନୀ ଆସିବା ସହ ରାଜ୍ଯରେ ଶିଳ୍ପ କ୍ଷେତ୍ରରେ ନିବେଶ ପାଇଁ ନୂତନ ସମ୍ଭାବନା ସୃଷ୍ଟି ହେବ।

LEAVE A REPLY

Please enter your comment!
Please enter your name here