ଭଞ୍ଜନଗର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଂଜାମ ଜିଲ୍ଲା ଭଂଜନଗର ଠାରେ ଆୟୋଜିତ ହୋଇଥିବା ୨୧ କୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞର ପ୍ରଥମ ଦିନରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ଵ ଭକ୍ତଙ୍କ ସମାଗମ ହୋଇଛି । ଦେଶର ବିଭିନ୍ନ ସ୍ଥାନରୁ ବହୁସଂଖ୍ୟକ ସାଧୁସନ୍ଥ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଘୃତଯଜ୍ଞ ସାଙ୍ଗକୁ ନାମଯଜ୍ଞ, ପ୍ରବଚନ, ନାମଯଜ୍ଞ, ଭକ୍ତଙ୍କ ଦ୍ବାରା ହରିନାମ ସଂକୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ସପ୍ତଦିନ ବ୍ୟାପି ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଙ୍କୁରାରୋପଣ, କଳସଯାତ୍ରା ଆୟୋଜିତ ହୋଇଥିବା ବେଳେ, ଯଜ୍ଞ କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟା ଶୃଙ୍ଖଳିତ ଭାବେ ପରିଚାଳିତ ହୋଇଯାଇଛି । ଯଜ୍ଞ କମିଟି ମୁଖ୍ୟ ଉଦ୍ୟୋକ୍ତା ତଥା ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ତତ୍ବାବଧାନରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏବଂ ବହୁ ଜନପ୍ରତିନିଧି, କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆଇନ୍ ଶୃଙ୍ଖଳା ଏବଂ ଟ୍ରାଫିକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି, ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି l