ମହୁରୀ ତାଲୁକା ବିଶ୍ୱକର୍ମା ସମିତିର ପଞ୍ଚମ ଅଧିବେଶନ ଅନୁଷ୍ଠିତ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ରବିବାର ଦିନ ଲୋଚାପଡା ସ୍ଥିତ ଶ୍ରୀ ଗଙ୍ଗାଧରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମହୁରୀ ତାଲୁକା ବିଶ୍ୱକର୍ମା ସମିତିର ପଞ୍ଚମ ମହା ଅଧିବେଶନ ଅନୁଷ୍ଠିତ ହୋଇଥିଲା l ଆବାହକ ତଥା କମିଟି ସଭାପତି ତ୍ରିପତି ମହାରଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ ମହୁରୀ ତାଲୁକାର ଉପେନ୍ଦ୍ର ମହାରଣା, ଅନନ୍ତ ମହାରଣା, ଭଲଭାଇ. ଶୁଆଁସ. ଦଣ୍ଡପାଟ ପ୍ରମୁଖ ଯୋଗାଇଥିଲେ l ଏହି ଅଧିବେଶନରେ ୨୨ ଟି ମୁଠା ସଭ୍ୟ ଏବଂ ୧୩୦  ଗୋଟି ଗ୍ରାମସଭ୍ୟ ସହ ମହୁରୀ ତାଲୁକାର ଆବାହକ କମିଟି ଏବଂ ଉପ ସଭାପତି. ସାଧାରଣ ସମ୍ପାଦକ. ଯୁଗ୍ମ ସମ୍ପାଦକ. କୋଷାଧକ୍ଷ. ଉପଦେଷ୍ଟା ମଣ୍ଡଳୀ ଉପସ୍ଥିତଥିଲେ, ଏହି ଅବସରରେ ସାମ୍ବିଧାନୀକ ମହାସଭାର ନିର୍ବାଚନ ମଧ୍ୟ ଆୟୋଜିତ ହୋଇଥିଲା l

ଏଥିରେ ମହୁରୀ ତାଲୁକାର ସଭାପତି ଭାବେ ତ୍ରିପତି ମାହାରଣା. ଉପସଭାପତି ଗଙ୍ଗାଧର ମହାରଣା. ସାଧାରଣ ସମ୍ପାଦକ ଭାବେ ମହେଶ୍ୱର ମହାରଣା l ଯୁଗ୍ମ ସମ୍ପାଦକ ଭାବେ ଅନନ୍ତ ମହାରଣା. କୋଷା ଦକ୍ଷ ଭାବେ ପ୍ରମୋଦ ମହାରଣା ଓ ଉପଦେଷ୍ଟା ଭାବେ କୁରାମଣୀ ମହାରଣା ଓ ଆଇନ ପରାମର୍ଶ ଦାତା ଭାବେ ଓକିଲ ମୃତୁଞ୍ଜୟ ମହାରଣା ଙ୍କୁ ରାଜଶ୍ରୀ ଉପ ଢୌକନ ପ୍ରଦାନ କରି ସେମାନଙ୍କ ପଦବୀ ଘୋଷଣା କରିଥିଲେ l ରାଜଶ୍ରୀ ନିର୍ବାଚିତ ସଦସ୍ୟଙ୍କୁ ଶପଥପାଠ କରାଇ ମହୁରୀ ତାଲୁକାର ଉନ୍ନତି କରିବା ପାଇଁ ମାର୍ଗ ଦର୍ଶନ କରାଇଥିଲେ l

LEAVE A REPLY

Please enter your comment!
Please enter your name here