କନ୍ଧମାଳ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କନ୍ଧମାଳ ଜିଲ୍ଲା ବାଲିଗୁଡା ସୂଚନା ଅଧିକାରକର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ଘଟଣାର ରାୟ ପ୍ରକାଶ ପାଇଛି।ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଛଅ ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ କୋର୍ଟ । ଦୁଇ ଜଣ କୋର୍ଟରେ ଅନୁପସ୍ଥିତ ଥିବାରୁ ସେମାନଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି କୋର୍ଟ।
ବାଲିଗୁଡା ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟାକାଣ୍ଡ ଘଟଣା ର ରାୟ ସୋମବାର ଦିନ ପ୍ରକାଶ ପାଇଛି l ଏହି ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତି ଥିବା ସମସ୍ତ ୬ ବିଚାରାଧୀନଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଗଂଜାମ ଜିଲ୍ଲା ଦୌରା ଜଜ୍ l ବର୍ତ୍ତମାନ ୪ଜଣ ବିଚାରାଧୀନ ବନ୍ଦୀ ଭାବେ ଜେଲ ରେ ଥିବା ବେଳେ l ୨ଜଣ ଆଜି କୋର୍ଟ ରେ ଅନୁପସ୍ଥିତ ଥିବା ଯୋଗୁ ସେମାନଙ୍କ ନାମରେ ୱାରେଣ୍ଟ ଜାରି କରିଛନ୍ତି କୋର୍ଟ। ସୂଚନାଯୋଗ୍ୟ ୧୦ ଡିସେମ୍ବର ୨୦୧୯ ମସିହାରେ ସୂଚନା ଅଧିକାରକର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ତାଙ୍କ ଘରେ ଗୁଳିକରି ହତ୍ୟା କରିଥିଲେ ଦୁର୍ବୁର୍ତ୍ତ l ତତ୍କାଳୀନ ବାଲିଗୁଡା ଥାନା ଅଧିକାରୀ ତଥା ବର୍ତ୍ତମାନର ବ୍ରହ୍ମପୁର ବଡ଼ବଜ଼ାର ଥାନା ଅଧିକାରୀ ବାବାଶଙ୍କର ସରାଫ ଚାର୍ଜସୀଟି ଦାଖଲ କରିଥିଲେ l ପିପି ତ୍ରିଲୋଚନ ପରିଡା ମକଦ୍ଦମା ପରିଚାଳନା କରିଥିଲେ l