ଗଞ୍ଜାମ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ସୁନାପୁର ବେଳାଭୂମିରେ ଆହତ ହୋଇଥିବା କୂଳରେ ଲାଗିଥିଲା ବିରାଟ ହ୍ୱେଲ ସାର୍କ l ସ୍ଥାନୀୟ ଧୀବର ମାନେ ଏକଜୁଟ ହୋଇ ସମୁଦ୍ର ମଧ୍ୟକୁ ଛାଡିବାକୁ ଆପ୍ରାଣ ଚେଷ୍ଟା କରି ବିଫଳ ହୋଇଥିଲେ l କିଛି ସମୟ ପରେ ସ୍ଥାନୀୟ ଲୋକ ବନବିଭାଗ କୁ ଖବର ଦେଇଥିଲେ ବନବିଭାଗ ପହଁଚିଲା ବେଳେ ଉକ୍ତ ସାର୍କ ଟୀ ମୃତୁ ବରଣ କରିଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି l ଉକ୍ତ ଘଟଣା ଦେଖିବାକୁ ହଜାର ହଜାର ଜନସାଧାରଣ ଙ୍କ ଭିଡ ଜମି ଥିଲା , ବନ ବିଭାଗର ସୂଚନା ପ୍ରକାରେ ସାର୍କ ଟି କୌଣସି କାରଣରୁ ତଟକୁ ଆସିଲା ପରେ ଫେରି ପାରିନଥିଲା , ପାଖା ପାଖି ୭ ମିଟର ଲମ୍ବା ବିଶିଷ୍ଟ ଥିଲା ଭେଲ ସାର୍କ , ବନ ବିଭାଗ ପକ୍ଷରୁ ମୃତ ସାର୍କ ଟିକୁ ମାଟିରେ ପୋତି ଦିଆଯାଇଥିବା ବନଖଣ୍ଡ ଅଧିକାରୀ କହିଛନ୍ତି l